ବ୍ରାଜିଲର ପ୍ରସିଦ୍ଧ ମଡେଲ ଏବଂ ଇନ୍ଫ୍ଲୁଏନ୍ସର ଆର୍ଥର ଓ ଉର୍ସୋଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ, ମୋଟ ଆଠ ଜଣ ସ୍ତ୍ରୀ ଅଛନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ସହିତ ଏକାଠି ରୁହନ୍ତି। ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଆର୍ଥର ୭୫୦୦ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରୁଛନ୍ତି, ଯାହାକୁ ସେ ‘Mansion of Free Love’ ନାମରେ ନାମିତ କରିଛନ୍ତି।
ଆର୍ଥର ୨୦୨୧ରେ ଏକକାଳୀନ ୯ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଅବଶ୍ୟ, ପରେ ଆର୍ଥରଙ୍କ ଜଣେ ସ୍ତ୍ରୀ ତାଙ୍କ ଛାଡପତ୍ର ଛାଡପତ୍ର ହୋଇଥିଲେ। କାରଣ ସେ ତାଙ୍କ ସ୍ବାମୀଙ୍କୁ ଅନ୍ୟ କୌଣସି ମହିଳାଙ୍କ ସହ ରହିବାକୁ ଚାହୁଁ ନ ଥିଲେ।
ଆର୍ଥର ଓ ଉର୍ସୋଙ୍କ ଏହି ବିବାହ ଆନୁଷ୍ଠାନିକ ଭାବରେ ଆଇନଗତ ନୁହେଁ, କାରଣ ବ୍ରାଜିଲରେ ଏକରୁ ଅଧିକ ମହିଳାଙ୍କୁ ବିବାହ କରିବା ଆଇନ ବିରୁଦ୍ଧ ଏବଂ ବୈଧ ନୁହେଁ। କିନ୍ତୁ, ଆର୍ଥର ତାଙ୍କ ଜୀବନକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ ତାଙ୍କ ସ୍ତ୍ରୀମାନଙ୍କ ସହିତ ବେଶ୍ ଖୁସିରେ ଅଛନ୍ତି।
ଉର୍ସୋଙ୍କ ଏହି ଜୀବନଶୈଳୀରେ ଅନେକ ଲୋକ ଖୁସି ନୁହଁନ୍ତି। ଏଥିପାଇଁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ଘରର କାନ୍ଥରେ କେହି ଜଣେ ‘ରାକ୍ଷସ ପରିବାର, ଚାଲିଯାଅ, ଆମେ ଆପଣଙ୍କୁ ସ୍ବାଗତ କରିବୁ ନାହିଁ’ବୋଲି ଲେଖିଥିଲେ। ଏହା ଉପରେ ଆର୍ଥର କହିଛନ୍ତି ଯେ, ଏପରି ଲେଖା ଦେଖି ମୁଁ ନିରାଶ ଥିଲି। ଆମକୁ ଶାନ୍ତି ଦରକାର। ଏଥିପାଇଁ ମୁଁ ମହଲ ନିର୍ମାଣ କରୁଛି।
ଆର୍ଥର ଓ ଉର୍ସୋଙ୍କ ପାଇଁ ସମସ୍ତ ସ୍ତ୍ରୀଙ୍କୁ ସମୟ ଦେବା ସହଜ ନୁହେଁ। ଏଥିପାଇଁ ସେ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟସୂଚୀ ଆଧାରରେ ସେ ନିଜ ସ୍ତ୍ରୀମାନଙ୍କ ସହିତ ସମୟ ବିତାନ୍ତି। ଆର୍ଥର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ନିଜ ସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥା’ନ୍ତି।