ରାଜଧାନୀରେ ବିନା ଦରମାରେ ୩୨ ବର୍ଷ ହେବ କାମ କରିଆସୁଛନ୍ତି ବୃଦ୍ଧ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୯।୮: ରାଜଧାନୀ ଦିଲ୍ଲୀର ସିଲମପୁର ଲାଲବତି ଛକରେ ଜଣେ ବୃଦ୍ଧ ଟ୍ରାଫିକ ପୋଲିସ ୟୁନିଫର୍ମ ପିଦ୍ଧି ଟ୍ରାଫିକ ସିଷ୍ଟମ ଚଲାଉଥିବା ଦେଖିବାକୁ ମିଳୁଛି। ଦୀର୍ଘ ୩୨ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥାନ୍ତି। ଏହି ସମୟରେ ସେ ହାତରେ ଏକ ବାଡିଧରି ତାହା ସାହାଯ୍ୟରେ ଲୋକଙ୍କୁ ରାସ୍ତା ଦେଖାଇଥାନ୍ତି। ଆଶ୍ଚର୍ଯ୍ୟର କଥା ହେଲା ବିନା ଦରମାରେ ଏହି କାର୍ଯ୍ୟ କରିଚାଲିଛନ୍ତି। ସେ ହେଲେ ଗଙ୍ଗାରାମ। । ତେବେ ଗାଙ୍ଗୁରାମ ବିନା ଦରମାରେ ଏପରି କାମ କରିବାର କାରଣ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଏକ ସଡ଼କ ଦୁର୍ଘଟଣାରେ ଗାଙ୍ଗୁରାମଙ୍କ ଏକମାତ୍ର ପୁଅର ମୃତୁ ଘଟିଥିଲା। ଏହାପରେ ଅନ୍ୟ ଏକ ଦୁର୍ଘଟଣାରେ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଲା। ଏହା ପରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇଗଲେ। ଯେତେଦିନ ପର୍ଯ୍ୟନ୍ତ ବଞ୍ଚିବେ ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳିବେ ବୋଲି ପ୍ରତିଜ୍ଞା କଲେ। ଅନେକ ଲୋକ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଥାନ୍ତି। ଆଉ କିଛି ଲୋକ ତାଙ୍କୁ ଉପହାର ରୂପେ ନୂତନ ପୋଷାକ ଦେଉଥିବା ବେଳେ ସେ କିନ୍ତୁ ତାହାକୁ ନେବାକୁ ମନାକରିଦିଅନ୍ତି। ଆଗକୁ ଯେପରି କୌଣସି ଦୁର୍ଘଟଣା ନ ଘଟୁ ସେଥିପାଇଁ ସେ ବିନା ସ୍ବାର୍ଥରେ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି।

Share