Posted inଫୁରସତ

ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ଲଣ୍ଡନ:ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍‌ ୱାଲର୍‌ଡ ରେକର୍ଡସ୍‌ (ଜିଡବ୍ଲ୍ୟୁଆର୍‌) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍‌ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ ଭଙ୍ଗ କରି ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ସାମିଲ କରିପାରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ନିଜ ଜୀବନରେ ୨୫୦ରୁ ଅଧିକ ଥର ବିଶ୍ୱ ରେକର୍ଡ ଭାଙ୍ଗିଥିବା ଡେଭିଡ୍‌ ଶନିବାର ଲଣ୍ଡନରେ ଥିବା ଜିଡବ୍ଲ୍ୟୁଆର୍‌ ମୁଖ୍ୟାଳୟକୁ ପରିଦର୍ଶନ କରି ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଜିଡବ୍ଲ୍ୟୁଆର୍‌ ମୁଖ୍ୟାଳୟରେ ସେ ବିଭିନ୍ନ ଶ୍ରେଣୀରେ ରହିଥିବା ରେକର୍ଡକୁ ଭଙ୍ଗ କରିଥିଲେ। ଡେଭିଡ୍‌ ୩ଟି ସେଓକୁ ମାତ୍ର ଗୋଟିଏ ମିନିଟରେ ସର୍ବାଧିକ ୧୯୮ ଥର କାମୁଡ଼ି ବିଶ୍ୱ ରେକର୍ଡ କରିଛନ୍ତି। ସେହିପରି ସେ ମାତ୍ର ୩୦ ସେକେଣ୍ଡ୍‌ ମଧ୍ୟରେ ନିଜ ପାଟିରେ ଟେନିସ୍‌ ବଲ୍‌କୁ କାନ୍ଥରେ ବାଉନ୍ସ କରି ରେକର୍ଡ ସୃଷ୍ଟି କରିଥିଲେ। ଏହାପରେ ସେ ମାତ୍ର ୩୦ ସେକେଣ୍ଡ୍‌ ମଧ୍ୟରେ ସର୍ବାଧିକ ଥର ଟି-ଶାର୍ଟ ପିନ୍ଧି ରେକର୍ଡ କରିଥିଲେ। ସେହିପରି ‘ଷ୍ଟ୍ର’କୁ ବ୍ୟବହାର କରି ସବୁଠୁ ଦ୍ରୁତ ବେଗରେ ୧ ଲିଟର ଲେମ୍ବୁ ଜୁସ୍‌ ପିଇ ମଧ୍ୟ ସେ ଅନ୍ୟ ଏକ ବିଶ୍ୱ ରେକର୍ଡ କରିଥିଲେ। ଏହିପରି ଭାବେ ଡେଭିଡ୍‌ ଗୋଟିଏ ଦିନରେ ୧୫ଟି ଭିନ୍ନ ଭିନ୍ନ ବିଶ୍ୱ ରେକର୍ଡ ଭଙ୍ଗ କରି ଜିଡବ୍ଲ୍ୟୁଆର୍‌ରେ ନିଜ ନାମ ରେକର୍ଡ କରାଇଥିଲେ।
ଡେଭିଡ୍‌ଙ୍କ ଏହି କାରନାମାକୁ ଜିଡବ୍ଲ୍ୟୁଆର ମୁଖ୍ୟାଳୟରେ ଉପସ୍ଥିତ ଥିବା ଅଧିକାରୀ ଅବିଶ୍ୱସନୀୟ କହିଛନ୍ତି। ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଗୋଟିଏ ଦିନ ମଧ୍ୟରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ସେମାନେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri