ଆବ୍ରାହମ ଲିଙ୍କନଙ୍କ ଆତ୍ମାର ଫଟୋ ଉଠାଇଥିଲେ ଏହି ବ୍ୟକ୍ତି, ଭାଇରାଲ ହେଉଛି ଫଟୋ

ଓ୍ବାଶିଂଟନ୍‌, ୨୮।୧୦: ସ୍ପିରିଟି ଫଟୋଗ୍ରାଫି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହା ଏକ ପ୍ରକାର ଫଟୋଗ୍ରାଫି ଯାହା ମୃତ ଲୋକମାନଙ୍କର ଆତ୍ମାକୁ ଫଟୋରେ କଏଦ କରାଯାଏ। ଫଟୋଗ୍ରାଫିର ଉଦ୍ଭାବନ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ଫଟୋଗ୍ରାଫି ଖୁବ୍‌ ଲୋକପ୍ରିୟ ହୋଇଥିଲା। ୱିଲିୟମ ଏଚ ମମଲେର୍‌ ଯିଏକି ପ୍ରଥମ ବ୍ୟକ୍ତି ଭାବେ ଏଭଳି ଫଟୋଗ୍ରାଫି କରିଥିଲେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ସ୍ପିରିଟ ଫଟୋଗ୍ରାଫି ଦ୍ୱାରା ଆତ୍ମାର ଦୁନିଆ କିମ୍ବା ପରବର୍ତ୍ତୀ ଜୀବନର ଅସ୍ତିତ୍ୱ ପ୍ରମାଣ କରାଯାଇପାରେ।

ଓ୍ବିଲୟମ ପେଶାରେ ଜଣେ ବଣିଆ ଓ ଫଟୋଗ୍ରାଫର ଭାବେ କାମ କରୁଥିଲେ। ୧୮୬୨ରେ ଯେତେବେଳେ ସେ ନିଜର ଏକ ଫଟୋ ଶୁଟ୍‌ କରିଥିଲେ ତାଙ୍କ ପଛରେ ତାଙ୍କର ସର୍ମ୍ପକୀୟ ଭାଇଙ୍କର ଆତ୍ମା ଥିଲା। ପରେ ସେ ଯେତେବେଳେ ଡବଲ ଏକ୍ସପୋଜର୍‌ ଇମେଜ ସୁଟ କରି ଫଟୋଟିକୁ ଜୁମ କରିଥିଲେ ଏସମ୍ପର୍କରେ ସେ ଜାଣିବାକୁ ପାଇଥିଲେ।

ଏହାପରେ ଫଟୋଟିକୁ ଏକ କୌତୁହଳ ରୂପେ ଦେଖି ଓ୍ବିଲିୟମ ଏହାକୁ ଭାଇରାଲ କରିବାକୁ ଲାଗିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କର ଏହି ଫଟୋଗ୍ରାଫି ପ୍ରଶଂସା ସାଉଁଟିବା ଆରମ୍ଭ କଲା। ଧିରେଧିରେ ଏହା ତାଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା।

ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡର ତଥ୍ୟ ଅନୁଯାୟୀ, ଓ୍ବିଲୟମଙ୍କର କିଛି ଲୋକପ୍ରିୟ ଫଟୋଶୁଟ୍‌ ମଧ୍ୟରୁ ମେରି ଟଡ ଲିଙ୍କନ ଓ ତାଙ୍କ ସ୍ବାମୀ ଅବ୍ରହାମ ଲିଙ୍କନଙ୍କ ଫଟୋ ମଧ୍ୟ ଅର୍ନ୍ତଭୁକ୍ତ ଥିଲା। Ghosts Caught on Film ପୁସ୍ତକ ଅନୁଯାୟୀ ଏହି ଦୁଇଜଣଙ୍କର ଫଟୋ ୧୮୬୯ରେ ନିଆଯାଇଥିଲା। ଫଟୋରେ ଲିଙ୍କନ ଦମ୍ପତିଙ୍କ ଆତ୍ମାର ଫଷଟା କଏଦ ହୋଇଛି।

Share