Posted inଫୁରସତ

ପ୍ରତିଦିନ ୫ କିଲୋ ସୁନା ପିନ୍ଧି ଚାଲନ୍ତି ଏହି ବ୍ୟକ୍ତି, ସାଙ୍ଗରେ ଯାଆନ୍ତି ୪ ବଡିଗାର୍ଡ

ସୁନା ଅଳଙ୍କାର କାହାର ବା ପସନ୍ଦ ନୁହେଁ କହିଲେ। ଉଦ୍ଦେଶ୍ୟ ହେଉଛି ନିବେଶ କରିବା କିମ୍ବା ଅଳଙ୍କାର କିଣିବା। ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରନ୍ତି। ମୂଲ୍ୟ ଟିକେ ହ୍ରାସ ହେଲେ ଲୋକେ ସୁନା କିଣନ୍ତି। ଏଥି ସହିତ ଅନେକ ଲୋକେ ସୁନାକୁ ଏତେ ଭଲ ପାଆନ୍ତି ଯେ, ପୂରା ସୁନାରେ ଛାଉଣି ହୋଇଥାନ୍ତି। ଏହି ପ୍ରସଙ୍ଗରେ ବଲିଉଡ୍‌ ଗାୟକ ବାପି ଲହରିଙ୍କ ତୁଳନା ନ ଥିଲା। ତାଙ୍କ ପରେ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁନାକୁ ବହୁତ ଭଲ ପାଆନ୍ତି। ପାଟ୍‌ନାରେ ମଧ୍ୟ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତାଙ୍କ ଶରୀରରେ ୫ କିଲୋଗ୍ରାମ ୨୦୦ ଗ୍ରାମ୍‌ର ସୁନା ପିନ୍ଧି ପ୍ରତିଦିନ ବୁଲନ୍ତି। ପଗଡ଼ି ହେଉ କି ଚଷମା, ଫୋନ୍‌ କିମ୍ବା ଜୋତା ସବୁକିଛି ସୁନା। ଏହି କାରଣରୁ ଲୋକମାନେ ତାଙ୍କୁ ଗୋଲଡେନ୍‌ ମ୍ୟାନ ଭାବରେ ଜାଣନ୍ତି। ସେ ଯେଉଁଆଡେ ଯାଆନ୍ତି, ଲୋକମାନେ ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ।

ବିହାରର ଗୋଲ୍ଡ ମ୍ୟାନ୍‌ ଭାବେ ଜଣାଶୁଣା ପ୍ରେମ୍‌ ସିଂ ମୂଳତଃ ଭୋଜପୁର ଜିଲାର। ସେ କୁହନ୍ତି, ମୁଁ ପିଲାଦିନରୁ ସୁନାକୁ ଭଲପାଉଥିଲି, କିନ୍ତୁ ଏହାକୁ ଅଳ୍ପ ପରିମାଣରେ ପିନ୍ଧୁଥିଲି। ୬ ବର୍ଷ ବୟସ ପୂର୍ବରୁ ସେ ସୁନା ପ୍ରତି ଏତେ ଭଲପାଇବା ସୃଷ୍ଟି କରିଥିଲେ ଯେ, ଗୋଟିଏ କିମ୍ବା ଦୁଇଟି ନୁହେଁ ୫ କିଲୋଗ୍ରାମ୍‌ ୨୦୦ ଗ୍ରାମ୍‌ ସୁନା ପିନ୍ଧି ଚାଲିବା ଆରମ୍ଭ କରିଥିଲେ। ପ୍ରେମ୍‌ ସିଂ ୧.୫ କୋଟିରୁ ଅଧିକ ମୂଲ୍ୟର ସୁନା ପିନ୍ଧି ତାଙ୍କ କାର୍‌ରୁ ଓହ୍ଲାନ୍ତି, ଲୋକମାନେ ସେଲ୍‌ଫି ନେବା ପାଇଁ ପ୍ରତିଯୋଗିତା କରନ୍ତି। ବୃତ୍ତି ଅନୁଯାୟୀ ପ୍ରେମ୍‌ ଜଣେ କଣ୍ଟ୍ରାକ୍ଟର ତଥା ଜଣେ ଜମିଦାର। ସେ କୁହନ୍ତି, ପ୍ରତମେ ୫୦ ଗ୍ରାମରୁ ଆରମ୍ଭ କରିଥିଲେ, କିନ୍ତୁ ଯେପରି ଏକ ପୋଖରୀ ବିନ୍ଦୁ ବିନ୍ଦୁ ପାଣିରେ ଭରିଯାଏ, ସେମିତି ମୋ ଦେହରେ ଥିବା ସୁନା ଧୀରେ ଧୀରେ ବଢ଼ିବାକୁ ଲାଗିଲା ଏବଂ ଆଜି ଏହା ୫ କିଲୋଗ୍ରାମ ୨୦୦ ଗ୍ରାମରେ ପହଞ୍ଚିଛି।

ପ୍ରେମ ଦାବି କରନ୍ତି ଯେ, ସେ ହେଉଛନ୍ତି ବିହାରର ପ୍ରଥମ ସୁନା ମଣିଷ ଏବଂ ଦେଶର ଦ୍ୱିତୀୟ ସୁନା ମଣିଷ। ଯେଉଁମାନେ ପ୍ରଥମ ସ୍ଥାନରେ ଅଛନ୍ତି ସେମାନେ ପ୍ରାୟ ୭ରୁ ୮ କିଲୋଗ୍ରାମ ସୁନା ପିନ୍ଧନ୍ତି। ପ୍ରେମ୍‌ଙ୍କର ଲକ୍ଷ୍ୟ ହେଉଛି ଦିନେ ନା ଦିନେ ସେ ଦ୍ୱିତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଯିବେ। ସେ କହିଛନ୍ତି, ଏଥିପାଇଁ ସେ ରୋଜଗାରର ଅଧିକାଂଶ ଅଂଶ ସୁନାରେ ଖର୍ଚ୍ଚ କରନ୍ତି ଏବଂ ୮ କିଲୋଗ୍ରାମ ସୁନା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଦ୍ୱାରା ବିହାରର ପ୍ରେମ୍‌ଙ୍କୁ ଦେଶର ଗୋଲଡେନ୍‌ ମ୍ୟାନ୍‌ କୁହାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ସମସ୍ତ ସୁନା ସଚ୍ଚୋଟ ଭାବରେ ଅର୍ଜନ କରାଯାଇଛି। ସବୁର ଆକାଉଣ୍ଟ ବହିରେ ଅଛି, ତେଣୁ ଆୟକର କିମ୍ବା କୌଣସି ଏଜେନ୍ସିର ଭୟ ନାହିଁ। ବର୍ତ୍ତମାନ ଏତେ ସୁନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ୪ ଜଣଙ୍କୁ ବଡିଗାର୍ଡ ଭାବରେ ନିଯୁକ୍ତି ଦେଇଛନ୍ତି। ଯେଉଁଆଡ଼େ ଗଲେ ସେମାନେ ତାଙ୍କ ସହ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri