Categories: ଜାତୀୟ

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ତେଲଙ୍ଗାନାରୁ ବାରାଣସୀ ଧାଇଁ ଆସିଲେ ଏହି କୋଟିପତି ପ୍ରାର୍ଥୀ: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ବାରାଣସୀ,୧୪।୫: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ଲେଖିବା ପର୍ଯ୍ୟନ୍ତ ୧୫ ଜଣ ପ୍ରାର୍ଥୀ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଏପର୍ଯ୍ୟନ୍ତ ଦାଖଲ ହୋଇଥିବା ୧୫ଟି ନାମାଙ୍କନ ମଧ୍ୟରୁ ଗୋଟିଏ ନାମ ହେଉଛି – କୋଲିଶେଟ୍ଟୀ ଶିବ କୁମାର। ତେଲଙ୍ଗାନାର ବାସିନ୍ଦା ଶିବ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି। ଶିବ କୁମାରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୫ କୋଟି ଟଙ୍କା ଏବଂ ତାଙ୍କର ୧.୪ କୋଟି ଟଙ୍କା ଋଣ ମଧ୍ୟ ଅଛି। ଏହା ବ୍ୟତୀତ ତାଙ୍କର ମୋଟ ଆୟ ହେଉଛି ୨୨ ଲକ୍ଷ ଟଙ୍କା।
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାାଚନ ଲଢିବା ପାଇଁ ମହାରାଷ୍ଟ୍ରର ୱାର୍ଡ଼ାରୁ ଆଉ ଜଣେ ପ୍ରାର୍ଥୀ ଆସିଛନ୍ତି। ଅଭଚିତ୍‌ ସାରାଓ ସାୟମ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ୫୪ ଲକ୍ଷ ୨୧,୦୦୦,୨୬୯ ମୂଲ୍ୟର ଚଳନ ସମ୍ପତ୍ତି ଅଛ। ୫ କୋଟି ୭୧ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି । ଶ୍ୟାମଙ୍କ ମୋଟ ସମ୍ପତ୍ତି ହେଉଛି ୮,୩୨,୯୬,୨୯୪ ଟଙ୍କା ଏବଂ ତାଙ୍କର ୩୨,୫୨,୦୧୪ ଟଙ୍କା ଋଣ ଅଛି।

Share