ଏ ମନ ଖୋଜୁଥାଏ…

କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା ‘ତୁଝେ ମେରି କସମ୍‌’ରେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ କରିଥିବା ସିନେମାଗୁଡିକ ତାଙ୍କ କ୍ୟାରିୟରକୁ ସିନା ଆଗକୁ ନେଇଥିଲା, ହେଲେ ନାୟକ ଦୌଡରେ ବେଶ୍‌ ପଛରେ ପଡିଯାଇଥିଲେ ରିତେଶ। ଏବେ ସେ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ରଜତ ଆରୋରାଙ୍କ ରଚିତ କାହାଣୀକୁ ନେଇ ନିର୍ମିତ ହେବାକୁ ଯାଉଥିବା ଏହି ଓ୍ବେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ। ଏଥିରେ ନାୟିକା ଭୂମିକାରେ ଅଭିନୟ କରିବେ ତମନ୍ନା ଭାଟିଆ। ଏ ନେଇ ରିତେଶ କହନ୍ତି, ‘ଏହି ଓ୍ବେବ୍‌ ସିରିଜ୍‌ର କାହାଣୀ ମୋତେ ବେଶ୍‌ ପ୍ରଭାବିତ କରିଛି। କରୋନା ସମୟରେ ଡିଜିଟାଲ ଫର୍ମାଟର ଚାହିଦା ପୂର୍ବାପେକ୍ଷା ବଢ଼ିଛି ବୋଲି କହିବି। ପ୍ରଥମ ଥର ପାଇଁ ମୁଁ ଓ୍ବେବ୍‌ ସିରିଜ୍‌ରେ ଅଭିନୟ କରିବାକୁ ଯାଉଛି। ଏହାବ୍ୟତୀତ ଏକ ନୂଆ ସିନେମା ମୋ ହାତରେ ରହିଛି, ଯାହାର ଟାଇଟଲ ହେଉଛି ‘ଭିସଫୁଟ୍‌’। ଏଥିରେ ମୋ ବ୍ୟତୀତ ଫରଦୀନ ଖଁା ମଧ୍ୟ ଅଭିନୟ କରିବେ।’ ତେବେ ଡିଜିଟାଲ ଫର୍ମାଟରେ ରିତେଶ କେତେ ବାଜିମାତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share