ସମସ୍ତ ଉଦ୍ଭିଦ ଏବଂ ପ୍ରାଣୀ ବଞ୍ଚିବା ପାଇଁ ଜଳ ଆବଶ୍ୟକ କରନ୍ତି। ପାଣି ବିନା ଜୀବଜଗତ ବଞ୍ଚିବା ବି ଅସମ୍ଭବ। ମାତ୍ର ଏହି ଅସମ୍ଭବ ଭିତରେ ମଧ୍ୟ ଏକ ସମ୍ଭବ କଥା ସାମ୍ନାକୁ ଆସିଛି। ଏକ ମୂଷା ଯିଏ କି ପାଣି ନ ପିଇ ମରୁଭୂମିରେ ବାସ କରୁଛି। ଏପରି ମୂଷାକୁ କଙ୍ଗାରୁ ମୂଷା ମଧ୍ୟ କୁହାଯାଏ।
ଏହି ପ୍ରଜାତିର ମୂଷା ଉତ୍ତର ଆମେରିକାର ମରୁଭୂମିରେ ଦେଖିବାକୁ ମିଳେ। ଏହାର ଗୋଡ଼ ଏବଂ ଲାଞ୍ଜ ଅଷ୍ଟ୍ରେଲିଆରେ ଦେଖାଯାଉଥିବା କଙ୍ଗାରୁ ସହିତ ସମାନ। ଏହାର ଗାଲ ବାହାରେ ଥଳି ମଧ୍ୟ ଅଛି। ସେ ଏହି ଥଳିରେ ଖାଦ୍ୟ ସାମଗ୍ରୀ ଆଣିଥାନ୍ତି।
ଏହାର ଗତିବିଧି ଏବଂ ଶାରୀରିକ ଗଠନ ଯୋଗୁ ଏହାକୁ କଙ୍ଗାରୁ ପରି ବିବେଚନା କରାଯାଏ। ଏହା ଏକ କଙ୍ଗାରୁ ପରି ଲମ୍ଫ ମଧ୍ୟ ଦେଇଥାଏ। ମରୁଭୂମିରେ ବଢୁଥିବା କଣ୍ଟାଜାତୀୟ ଉଦ୍ଭିଦ ଉପରେ ସହଜରେ ଡେଇଁପାରେ।
ଅବଶ୍ୟ ଏହା ପାଣି ପିଏ ନାହିଁ, କିନ୍ତୁ ଏହାର ଶରୀରରେ ଅଧିକ ପରିମାଣର ଜଳ ଥିବାରୁ ଅନ୍ୟ ପ୍ରାଣୀମାନେ ଏହାକୁ ଖାଆନ୍ତି । ଏହା ବହୁତ ଦ୍ରୁତ ଗତିରେ ଦୌଡ଼ିପାରେ। ଏହା ଏକ ସେକେଣ୍ଡରେ ୬ ମିଟର ଦୂରତା ଅତିକ୍ରମ କରେ। ଏହାର ଶତ୍ରୁମାନଙ୍କୁ ଏଡ଼ାଇବା ପାଇଁ ଦୌଡ଼ିବାବେଳେ ଏହା ବହୁତ କ୍ଷୀପ୍ର ବେଗରେ ଗତି ପରେ। ଏପରିକି ଆବଶ୍ୟକ ପଡ଼ିଲେ ବାୟୁରେ ଉଡ଼ି ଦିଗ ପରିବର୍ତ୍ତନ ଏବଂ ପରିବର୍ତ୍ତନ ପାଇଁ ଲମ୍ବା ଲାଞ୍ଜ ବ୍ୟବହାର କରେ।
ଏହାର ଲାଞ୍ଜ ୨୦ ସେମି ଏବଂ ଶରୀର ପ୍ରାୟ ୧୮ ସେମି ଅର୍ଥାତ୍ ସମଗ୍ର ଲମ୍ବ ପ୍ରାୟ ୩୮ସେମ। ଏହାର ଆଗ ଗୋଡ ଛୋଟ, ମୁଣ୍ଡ ବଡ଼ ଏବଂ ଆଖି ଛୋଟ। ଏହା ଉପରେ ଥିବା କେଶ ହଳଦିଆ କିମ୍ବା ବାଦାମୀ ରଙ୍ଗର ହୋଇଥିବା ବେଳେ ତଳଟି ଧଳା। ଶରୀରର ଅନ୍ୟ ଅଂଶ ଅପେକ୍ଷା ଏହାର ପାଦ ବହୁତ ବଡ଼। ମରୁଭୂମିରେ ବଢୁଥିବା ଗଛ ଏବଂ ଉଦ୍ଭିଦର ମୂଳ ଖାଇ ଏହା ଜୀବନଧାରଣ କରିଥାଏ।