
ନୂଆଦିଲ୍ଲୀ,୪।୪: ଦୀର୍ଘ ବିତର୍କ ପରେ ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ବିଲ ସପକ୍ଷରେ ୧୨୮ ଏମପି ଏବଂ ବିପକ୍ଷରେ ୯୫ ଏମପି ଭୋଟ ଦେଇଛନ୍ତି। ଏହାପୂର୍ବରୁ ଲୋକ ସଭାରେ ବିଲଟି ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
ବର୍ତ୍ତମାନ ଓ୍ବକଫ ସଂଶୋଧନ ବିଲ ୨୦୨୫ ସଂସଦର ଅନୁମୋଦନ ପାଇଛି। ଲୋକ ସଭା ପରେ, ଓ୍ବକଫ ବିଲ ମଧ୍ୟ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ଓ୍ବକଫ ବିଲ ଉପରେ ରାଜ୍ୟ ସଭାରେ ୧୩ ଘଣ୍ଟା ଧରି ଆଲୋଚନା ହୋଇଥିଲା।
ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ମାତ୍ରେ ଏହି ବିଲ ଆଇନର ରୂପ ନେବ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ରାଜ୍ୟ ସଭାରେ ସଂଖ୍ୟା ଖେଳ ମାମଲାରେ NDA ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢ଼େଇ ଜୋରଦାର ଥିଲା, ତେବେ ମୋଦି ସରକାରଙ୍କ ପଥ କିପରି ସହଜ ହେଲା?
ଏକ ଜାତୀୟ ମଣମାଧ୍ୟମ ରିପୋର୍ଟ ଅନୁସାରେ, ମୋଦି ସରକାରଙ୍କ ଏହି ବିଲକୁ ସଫଳତା ମିଳିବାରେ କ୍ରସ ଭୋଟିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଜେଡି ଓ ୱାଇଏସଆର କଂଗ୍ରେସ ପରି ଦଳମାନେ ନିଜ ଏମପିମାନଙ୍କୁ ଦଳୀୟ ହ୍ବିପ ଜାରି ନ କରି ସ୍ବାଧୀନ ଭୋଟ ଦେବାର ସୁଯୋଗ ଦେଇଥିଲେ। ଏହା ଫଳରେ କେତେକ ବିରୋଧୀ ଏମପି ମଧ୍ୟ ବିଲ ସପକ୍ଷରେ ଭୋଟ ଦେଇଥିଲେ, ଯାହା ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ବିଜୟ ଆଣିଦେଇଛି।
ରାଜ୍ୟସଭାରେ, NDA ତା’ର ସଂଖ୍ୟା ଅପେକ୍ଷା ଅଧିକ ଭୋଟ ପାଇଲା। ରାଜ୍ୟ ସଭାରେ, ଓ୍ବକଫ ବିଲ ସପକ୍ଷରେ 128 ଏବଂ ବିପକ୍ଷରେ 95 ଭୋଟ ପଡ଼ିଥିଲା। ଏହାର ଅର୍ଥ ହେଉଛି ଓ୍ବକଫ ସଂଶୋଧନ ବିଲ 2025 ଉପରେ ରାଜ୍ୟ ସଭାରେ କ୍ରସ ଭୋଟିଂ ହୋଇଥିଲା। ରାଜ୍ୟ ସଭାରେ, କିଛି ଅଣ-NDA ଦଳର ଏମପିମାନେ ଦଳୀୟ ଲାଇନ ବିରୋଧରେ ଭୋଟ ଦେଇଥିଲେ। କେତେ କ୍ରସ ଭୋଟିଂ ହୋଇଥିଲା ତାହାର କୌଣସି ସଠିକ ସଂଖ୍ୟା ନାହିଁ, କିନ୍ତୁ ଏକ ଆକଳନ କରାଯାଇପାରେ।
Waqf Amendment Bill 2025: କିଏ କ୍ରସ ଭୋଟିଂ କରିଥିଲେ?- ରାଜ୍ୟ ସଭାରେ ବିରୋଧୀ ଦଳ ଅର୍ଥାତ ଇଣ୍ଡିଆ ମେଣ୍ଟର ଭୋଟ ୯୫ ଥିଲା, କିନ୍ତୁ ବିଜେଡି (୭) ଏବଂ ୱାଇଏସଆରସିପି (୯) ଭଳି ଅଣ-ଏନଡିଏ ଦଳଗୁଡ଼ିକର କିଛି ଏମପି କ୍ରସ ଭୋଟିଂ କରିଥିଲେ। ଏହାର ଅର୍ଥ ହେଉଛି କ୍ରସ ଭୋଟିଂ ମାଧ୍ୟମରେ ଏନଡିଏ ପ୍ରାୟ ୭ ରୁ ୯ ଭୋଟ ପାଇଥିଲା। ଏହି କ୍ରସ ଭୋଟିଂ ୱାକଫ ବିଲ ଉପରେ ର୍ନିଣ୍ଣାୟକ ପ୍ରମାଣିତ ହେଲା। କାରଣ ଏନଡିଏର ନିଜସ୍ବସଂଖ୍ୟା ୧୨୫ ହେବା ସତ୍ତ୍ୱେ, ଏହାକୁ ୧୨୮ ଭୋଟ ମିଳିଥିଲା, ଯାହା ଅତିରିକ୍ତ ସମର୍ଥନ ଦର୍ଶାଉଛି।