ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ ପୂର୍ବରୁ ଧୂମପାନ କରୁଥିବାର ଧରାପଡିଛନ୍ତି।
ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଲଣ୍ଡନର ଜୁଲିଆନ ବେନେଟ୍ଟ ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀ। ସେ ସହରରେ ଡ୍ରଗ୍ସ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ବହୁ ଲୋକଙ୍କୁ ଗିରଫ ମଧ୍ୟ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ ମଧ୍ୟ ଧୂମପାନ କରୁଥିବାର ଜଣାପଡିଛି। ବ୍ରେକଫାଷ୍ଟରେ ସେ ଗଞ୍ଜେଇ ଟାଣୁଛନ୍ତି। ତେବେ ତାଙ୍କୁ ଏଥିପାଇଁ ଗିରଫ କରାଯାଇଛି। ତଦନ୍ତରେ ଆହୁରି ମଧ୍ୟ ଜଣାପଡିଛି କି, ସେ ଜଣେ ଡ୍ରଗ୍ସ ଡିଲର୍‌ ମଧ୍ୟ ଥିଲେ।

Share