ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର୍‌ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନେ ସ୍ଥାୟୀ ସଦସ୍ୟ ହୋଇପାରିଛନ୍ତି, ଯାହା ଫଳରେ ନିର୍ଦ୍ଦିଷ୍ଟ ସମୟର ନିଯୁକ୍ତି ବ୍ୟବସ୍ଥା ଶେଷ ହେବ। ରିପୋର୍ଟ ଅନୁଯାୟୀ, ଗୁରୁବାର ଅନୁଷ୍ଠିତ ଉଭୟ ଟ୍ରଷ୍ଟର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏହି ପଦକ୍ଷେପ ପରେ ବୋର୍ଡ ସଦସ୍ୟମାନେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ ଅବସର ନେବେ ନାହିଁ ଏବଂ ନୂତନ ସଦସ୍ୟଙ୍କ ନିଯୁକ୍ତି କେବଳ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହମତି ପରେ କରାଯିବ।
ବିଜନେସ ଡେଲି ଅନୁଯାୟୀ, ଏହି ଦୁଇ ଟ୍ରଷ୍ଟ ମିଳିତ ଭାବରେ ୧୬୫ ବିଲିୟନ ଡଲାରର ହୋଲଡିଂ କମ୍ପାନୀ ଟାଟା ସନ୍ସର ଅଧାରୁ ଅଧିକ ଅଂଶଧନ ଧାରଣ କରିଛନ୍ତି। ଏଥିରେ ଟାଟା ଗ୍ରୁପର ଅନେକ ନାମୀଦାମୀ କମ୍ପାନୀର ସେୟାର ଅନ୍ତର୍ଭୁକ୍ତ । ଟାଟା ଟ୍ରଷ୍ଟ ଗୋଷ୍ଠୀର ସମସ୍ତ ପରୋପକାରୀ କାର୍ଯ୍ୟକଳାପ ପରିଚାଳନା କରେ।

ରିପୋର୍ଟ ଅନୁଯାୟୀ, ସାର୍‌ ରତନ ଟାଟା ଟ୍ରଷ୍ଟର ଟାଟା ସନ୍ସର ୨୭.୯୮ ପ୍ରତିଶତ ଅଂଶଧନ ଥିବାବେଳେ ସାର୍‌ ଦୋରାବଜୀ ଟାଟା ହୋଲଡିଂ ଫାର୍ମର ୨୩.୫୬ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି। ଅକ୍ଟୋବର ୧୧ରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ମୁଖ୍ୟ ଭାବରେ ନିଯୁକ୍ତ ହେବା ପରେ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହା ଦ୍ୱିତୀୟ ବୋର୍ଡ ବୈଠକ ଥିଲା। ତଥାପି, ମନି କଣ୍ଟ୍ରୋଲ ସ୍ବାଧୀନ ଭାବରେ ରିପୋର୍ଟ ଯାଞ୍ଚ କରିପାରିଲା ନାହିଁ। କର୍ପୋରେଟ ଆଇକନ ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ ନିଯୁକ୍ତ କରାଯାଇଥିଲା। ସମ୍ପର୍କ ଅନୁଯାୟୀ, ନୋଏଲ ଟାଟା ହେଉଛି ରତନ ଟାଟାଙ୍କ ସାବତ ଭାଇ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri