Categories: ଫୁରସତ

ଏମିତି ଗାଁ: ଯେଉଁଠି ରହିବାକୁ ହେଲେ କାଟିବାକୁ ପଡ଼େ ଏହି ଅଙ୍ଗ

ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ରହିବାକୁ ହେଲେ କିଛି ନା କିଛି ନିୟମ ମାନିବାକୁ ପଡ଼ିଥାଏ। ମାତ୍ର ଥରେ ଭାବିଲେ ଏମିତି ଏକ ଗାଁ ଅଛି ଯେଉଁଠି ରହିବାକୁ ହେଲେ ଶରୀରର ଗୋଟିଏ ଅଙ୍ଗ କାଟିବାକୁ ପଡ଼ିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ଏମିତି ଗାଁ ରହିଛି ଆଣ୍ଟାର୍କଟିକାର ମହାଦ୍ୱୀପରେ। ଏହାର ନାମ ‘ବିଲାସ ଲାସ ଆଷ୍ଟ୍ରେଲାସ’। ଏଠାରେ ଗ୍ରୋସରି ଦୋକାନ, ବ୍ୟାଙ୍କ, ସ୍କୁଲ, ଛୋଟମୋଟ ଅଫିସ ଏବଂ ହସ୍ପିଟାଲ ରହିଛି। ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ମିଳିଯାଉଛି। ମାତ୍ର ହସ୍ପିଟାଲରେ ଏତେ ସୁବିଧା ନାହିଁ। ଭଲ ଚିକିତ୍ସା ପାଇଁ ଆଣ୍ଟାର୍କଟିକାରେ ଏକ ବଡ଼ ହସ୍ପିଟାଲ ରହିଛି। ଯାହାକି ବିଲାସ ଲାସ ଆଷ୍ଟ୍ରେଲାସ ଠାରୁ ୧୦୦୦ କିଲୋମିଟର ଦୂର। ତେଣୁ ଯଦି ଏହି ଗାଁର କୌଣସି ଲୋକଙ୍କ ଆପେଣ୍ଡିକ୍ସ ସାଇଟ୍‌ ଦରଜ ହୁଏ ତେବେ ଏହାକୁ କାଟି ବାହାର କରିଦିଆଯାଏ। ଏହା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ବୋଲି ଏଠାରେ ବିଶ୍ୱାସ କରାଯାଏ।

Share