ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି ବ୍ୟକ୍ତି ଏହାକୁ ପାଖରେ ରଖିଲେ ତାଙ୍କ ସହ ଅଜବ ଘଟଣା ଘଟିଲା। ଜାଣନ୍ତୁ ଏହି ଭୟଭୀତ ପେଣ୍ଟିଂ ସମ୍ପର୍କରେ।
କାନ୍ଦୁଥିବା ବାଳକ
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଇଟାଲୀ ଚିତ୍ରକାର ବ୍ରୁନୋ ଆମେଡିଓ ଅନେକ ଅନାଥ ଆଶ୍ରମକୁ ଯାତ୍ରା କରିଥିଲେ। ସେ ସେଠାରେ ଥିବା ପିଲାମାନଙ୍କର ଯନ୍ତ୍ରଣା ଦେଖିଥିଲେ। ପରେ ବ୍ରୁନୋ ପ୍ରାୟ କାନ୍ଦୁଥିବା ୬୫ ଜଣ ପିଲାମାନଙ୍କର ଚିତ୍ର ଆଙ୍କିଥିଲେ। ଏହି ପେଣ୍ଟିଂ ମଧ୍ୟରୁ ଏହା ଗୋଟିଏ। ଏହି ପେଣ୍ଟିଂ ବ୍ରିଟେନରେ ଅଭିଶପ୍ତ ପେଣ୍ଟିଂ ଭାବରେ ପରିଚିତ ହେଲା। ଯିଏ ଏହି ପେଣ୍ଟିଂକୁ ପାଖରେ ରଖିଲା, ତାଙ୍କ ସହ ଅଜବ ଘଟଣା ଘଟିବାକୁ ଲାଗିଲା। କୁହାଯାଏ ଯେ, ପିଲାଟି କାନ୍ଦିବା ପାଇଁ ଚିତ୍ରକାର ତାଙ୍କ ଆଖି ସାମ୍ନାରେ ଏକ ଦିଆସିଲି ଜଳାଇଥିଲେ।