Categories: ଖେଳ

ଭାରତ ବିରୋଧରେ ପବିତ୍ର ଯୁଦ୍ଧ କରିବେ ଏହି ପାକିସ୍ତାନ କ୍ରିକେଟର୍‌!

ଇସଲାମାବାଦ,୨୫।୧୨: ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତର ‘ଗଜୱା-ଇ-ହିନ୍ଦ’ର ସ୍ବପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଆମେ କାଶ୍ମୀରକୁ କାବୁ କରି ଭାରତ ଉପରେ ଆକ୍ରମଣ କରିବୁ। ସାମ ଟିଭିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶୋଏବ ଅଖତର ଏହି କଥା କହିଛନ୍ତି। ଶୋଏବ ଅଖତରଙ୍କ ଏହି ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନୀ କ୍ରିକେଟର କଶ୍ମୀର ଏବଂ ଭାରତ ବିରୋଧରେ ବିଷ ବିସ୍ତାର କରିଛନ୍ତି। ଏହାପୂର୍ବରୁ ସହିଦ ଆଫ୍ରିଦି, ଜାଭେଦ ମିଆଁାଦାଦ ଭଳି କ୍ରିକେଟରମାନେ ମଧ୍ୟ ଭାରତ ବିରୋଧ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସାମା ଟିଭି ସାକ୍ଷାତକାରର ଏହି ଭିଡିଓ ପୁରୁଣା ବୋଲି କୁହାଯାଉଛି। ‘ଗଜୱା-ଇ-ହିନ୍ଦ’ ଅର୍ଥ ହେଉଛି ‘ଭାରତ ବିରୁଦ୍ଧରେ ପବିତ୍ର ଯୁଦ୍ଧ’। ଏହି ସାକ୍ଷାତକାରରେ ଶୋଏବ ଅଖତର କହିଛନ୍ତି, ଆମ ପାକ ପୁସ୍ତକରେ କୁହାଯାଇଛି ଯେ ‘ଗଜୱା-ଇ-ହିନ୍ଦ’ ହେବ ଏବଂ ନଦୀ ଦୁଇଥର ରକ୍ତରେ ଲାଲ ହୋଇଯିବ। ଶୋଏବ ଅଖତରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share