କୁରାନ ଜଳେଇବା ଘଟଣା: ସ୍ବିଡେନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ!

ଇସଲାମବାଦ,୯।୭: ସ୍ବିଡେନ୍‌ରେ ଇଦ୍‌ ଅବସରରରେ ଜଣେ ବ୍ୟକ୍ତି କୁରାନ ଜଳାଇବା ଘଟଣାକୁ ନେଇ ପାକିସ୍ତାନରେ ବିରୋଧ ଜାରି ରହିଛି। ଏହି ଘଟଣାରେ ପାକିସ୍ତାନୁ ଶୁକ୍ରବାର କଳା ଦିବସ ଭାବେ ପାଳନ କରିଥିଲା। ସେହି ଦିନ ତେହେରିକ-ଇ-ଲାବବାଇକ ପାକିସ୍ଥାନ (ଟିଏଲପି) ନେତା ସାଦ ହୁସେନ ରିଜଭି ସ୍ବିଡେନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଇସଲାମ ବିରୁଦ୍ଧରେ ଏପରି ଘୃଣିତ ନିନ୍ଦା ବନ୍ଦ କରିବାକୁ ହେଲେ ପାକିସ୍ତାନ ସ୍ବିଡେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ଉଚିତ।

ଟିଏଲପି ନେତା ସାଦ ହୁସେନ ରିଜଭି କହିଛନ୍ତି ଯେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଦେଶର ନୌ ସେନା, ସେନା ଏବଂ ବାୟୁସେନା ମୁଖ୍ୟ ସ୍ବିିଡେନର ରାଷ୍ଟ୍ରଦୂତଙ୍କ ସହ କଥାହେବା ଉଚିତ। ଇସଲାମ ନାମରେ ପାକିସ୍ତାନ ଗଠନ କରାଯାଇଛି। ଆପଣ ଆମର କୁରାନକୁ ଅପମାନିତ କରିଛନ୍ତି ସେଥିପାଇଁ ଆମେ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରୁଛୁ ବୋଲି ତାଙ୍କୁ କୁହନ୍ତୁ।

Share