Categories: ଜାତୀୟ

ଦୂର୍ଗା ମଣ୍ଡପରେ ପୂଜାପାଇବେ ପ୍ରବାସୀ ମହିଳା ଶ୍ରମିକଙ୍କ ପ୍ରତିମୂର୍ତ୍ତି

କୋଲକାତା, ୧୯।୧୦: ମହାମାରୀ କରୋନା ସମୟରେ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିଥିଲା ପ୍ରବାସୀ ଶ୍ରମିକଙ୍କୁ। ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଶହ ଶହ କିଲୋମିଟର ଚାଲିବାକୁ ପଡ଼ିଥିଲା। ଏହି ସମୟରେ ସେମାନଙ୍କ ଗୋଡ଼ ଫାଟିଯାଉଥିବା ବେଳେ ପୋଲିସ ଠାରୁ ମାଡ଼ ମଧ୍ୟ ଖାଇବାକୁ ପଡ଼ୁଥିଲା। ଏହି ସମୟର ଅନେକ ଫଟୋ ଏବେ ଏବଂ ଭିଡିଓ ଆମେ ଦେଖିଛୁ। ହେଲେ ଦୁଃଖର କଥା, କିଛି ଲୋକ ନିଜ ଘରେ ପହଞ୍ଚିବା ପୂର୍ବରୁ ଜୀବନ ହାରିଦେଉ ଥିଲେ। ମା’ମାନେ ନିଜ ପିଲାମାନଙ୍କୁ କାନ୍ଧରେ ଧରି ଚାଲୁଥିବା ମଧ୍ୟ ଆମେ ଫଟୋ ଏବଂ ଭିଡିଓରେ ଦେଖୁଛୁ। ଏହାରି ମଧ୍ୟରେ ଦୂର୍ଗା ପୂଜାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ମା’ଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଯାଇଛି। ତେବେ କୋଲକାତାର ଏକ ଦୁର୍ଗା ପୂଜା ମଣ୍ଡପରେ ପ୍ରବାସୀ ଶ୍ରମିକଙ୍କ ସଂଘର୍ଷର ଯାତ୍ରା ସମୟର ଏକ ମୂର୍ତ୍ତି ତିଆରି ହେଉଛି। ଜଣେ ମା’ ତାର ଶିଶୁକୁ କୋଳରେ ଧରି ଖାଲି ପାଦରେ ଖରାରେ ଘରକୁ ଯାଉଥିବା ସମୟର ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି। ଟୁଇଟରରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ମଣ୍ଡପର ମୂର୍ତ୍ତିକୁ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି।

Share