ଇଣ୍ଡୋନେସିଆର ଏକ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଜମିଥିବା ପାଣିରେ ବସି ଗାଧୋଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ମଧ୍ୟ। ମାତ୍ର ଏହି ବ୍ୟକ୍ତି ଜଣଙ୍କ ଏପରି କରିବା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି।
ବାସ୍ତବରେ, ରାସ୍ତାରେ ସୃଷ୍ଟି ହୋଇଥିବା ଗାତଗୁଡିକର ମରାମତି ଉପରେ ପ୍ରଶାସନ ଆଦୌ ହେଲେ ଦୃଷ୍ଟି ଦେଉ ନ ଥିଲା। ଏଥିଯୋଗୁଁ ଉକ୍ତ ସ୍ଥାନରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ହେଉଥିଲା। ଏଥିପ୍ରତି ପ୍ରଶାସନ ଧ୍ୟାନ ନ ଦେବାରୁ ବ୍ୟକ୍ତିଜଣଙ୍କ ରାସ୍ତା ମଝିରେ ବସି ଉକ୍ତ ଗାତରେ ଜମିଥିବା ପାଣିରେ ଗାଧୋଇବା ଆରମ୍ଭ କରିଦେଲେ। ବ୍ୟକ୍ତିଙ୍କ ଏହି କାର୍ଯ୍ୟକଳାପ ଦେଖିବା ପରେ ପ୍ରଶାସନ ତୁରନ୍ତ ରାସ୍ତାକାମ ଆରମ୍ଭ କରିଦେଇଛି।