Categories: ଜାତୀୟ

ଇଣ୍ଡିଆ ମେଣ୍ଟର ଏହି ବ୍ୟକ୍ତି ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ରାହୁଲ କଲେ ଘୋଷଣା

ନୂଆଦିଲ୍ଲୀ,୫।୪: ମୁଣ୍ଡ ଉପରେ ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ବିରୋଧୀ ଗୋଷ୍ଠୀଙ୍କ ଆଗରେ ଗୋଟିଏ ବଡ଼ ପ୍ରଶ୍ନ ଉଭା ହୋଇଛି। ବିରୋଧୀ ଇଣ୍ଡିଆ ମେଣ୍ଟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ଏନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହି ପ୍ରଶ୍ନର ଆଜି ଗଣମାଧ୍ୟମରେ ପ୍ରତିକ୍ରିୟର ରଖିଛନ୍ତି ଖୋଦ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ଲୋକ ସଭା ନିର୍ବାଚନ ପାଇଁ ଆଜି ଘୋଷଣା ପତ୍ର ଜାରି କରିଛି। ଏହି ସମୟରେ ବିରୋଧୀ ମେଣ୍ଟ ତରଫରୁ କିଏ ପ୍ରଧାନମନ୍ତ୍ରୀ ଚେହେରା ହେବ ଏନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ରଖିଛନ୍ତି ରାହୁଲ।

ତେବେ ଗଣମାଧ୍ୟମ ପ୍ରଶ୍ନରେ ରାହୁଲ କହିଛନ୍ତି, ବିରୋଧି ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛନ୍ତି କି, ସମସ୍ତେ ବିଚାରଧାରାକୁ ନେଇ ନିର୍ବାଚନ ଲଢୁଛୁ। ଏଥିପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା ଆମେ ନିର୍ବାଚନ ପରେ କରିବୁ। ଗଣମାଧ୍ୟମକୁ ସମ୍ବୋଧନ କରି ରାହୁଲ ଆହୁରି କହିଛନ୍ତି, ଲୋକତନ୍ତ୍ରର ସୁରକ୍ଷା ପାଇଁ ଆମେ ଏହି ନିର୍ବାଚନ ଲଢୁଛୁ। ସମ୍ବିଧାନ ଓ ଲୋକତନ୍ତ୍ର ନଷ୍ଟ କରୁଥିବା ଲୋକଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ ହେଲେ ଏହି ନିର୍ବାଚନ ଜିତିବା ଗୁରୁତ୍ୱପୂର୍ଣ୍ଣ।

Share