Categories: ଫୁରସତ

ପାଟନାର ଏହି ବ୍ୟକ୍ତି ହେଉଛନ୍ତି ଶାମ୍ପୁର ଜନକ, ଗୁଗୁଲ ବି କରିଛି ସଲାମ

ବର୍ତ୍ତମାନ ସମୟରେ ଆମେ ଚୁଟିରେ କ୍ଲିନିଂ ପ୍ଲସ, ଡୋଭ, ହେଣ୍ଡ ଆଣ୍ଡ ସେଲଣ୍ଡରର୍ସ ଭଳି ବିଦେଶୀ ଶାମ୍ପୁ ବ୍ୟବହାର କରୁଛେ। ହେଲେ କ’ଣ ଆପଣ ଜାଣନ୍ତି ଶାମ୍ପୁୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ୬୦୦ ବର୍ଷ ପୂର୍ବରୁ ଆମ ଦେଶରେ ଏହାର ବ୍ୟବହାର ହେଉଛି। ଏହାକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବାର ଶ୍ରେୟ ଦୀନ ମହମ୍ମଦଙ୍କୁ ଯାଏ।

୧୭୫୯ରେ ପାଟନାର ଏକ ବାରିକ ପରିବାରରେ ଦୀନ ମହମ୍ମଦଙ୍କ ଜନ୍ମ। ସେ ସାଧାରଣ ଭାବେ ଚୁଟି କାଟିବାରେ ସନ୍ତୁଷ୍ଟ ହେଉ ନ ଥିଲେ। ଏଥିଲାଗି ସେ ହର୍ବାଲ ମିଶ୍ରଣ ଏବଂ ସାବୁନ ସହ ପରୀକ୍ଷାନିରୀକ୍ଷା କରିବା ଆରମ୍ଭ କରିଥିଲେ। ସେ ମୁଣ୍ଡରେ ତେଲ ମାଲିସ ଭଳି ଶାମ୍ପୁ ବାଥ୍‌ର ଆରମ୍ଭ କରିଥିଲେ। ଏହାଦ୍ୱାରା ସେ ଚୁଟିକୁ ହର୍ବାଲ ଉପାୟରେ ଉପଚାର କରୁଥିଲେ। ନିଜର କାମ ଯୋଗୁ ସେ ବ୍ରିଟେନ୍‌ର ଦୁଇଜଣ ରାଜାଙ୍କ ଶାମ୍ପୁ ସର୍ଜନ ମଧ୍ୟ ଥିଲେ।

ମହମ୍ମଦ ନିଜର ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ଇଂଲଣ୍ଡ ଚାଲି ଯାଇଥିଲେ। ସେଠାରେ ସେ ମହମ୍ମଦ ବାଥ୍ସ ନାମକ ଏକ ସ୍ପା ଆରମ୍ଭ କରିଥିଲେ। ୨୦୧୯ରେ ଗୁଗୁଲ ଏହି ବ୍ୟକ୍ତିତ୍ୱଙ୍କ ଉପରେ ଡୁଡୁଲ୍‌ ପ୍ରସ୍ତୁତ କରି ତାଙ୍କୁ ମନେପକାଇଥିଲା। ସେ ‘ସାମ୍ପୁଇଂ ଅର୍‌ ଦ ବେନିଫିଟ୍ସ ରେଜଲ୍ଟିଂ ଫ୍ରମ୍‌ ଦ ୟୁଜ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିକେଟେଡ୍‌ ଭେପର୍‌ ବାଥ’ ନାମକ ପୁସ୍ତକ ମଧ୍ୟ ଲେଖିଛନ୍ତି।
ତେବେ ଭାରତରେ ଦୁନିଆ ଭଳି କେମିକାଲ ଯୁକ୍ତ ଶାମ୍ପୁର ବ୍ୟବହାର ୧୯୦୦ରୁ ଆରମ୍ଭ ହୋଇଥିଲା। ପ୍ରଥମେ ‘ଚିକ୍‌’ ସାମ୍ପୁ ବଜାରକୁ ଆସିଥିଲା। ଏହା ଶସ୍ତା ଥିବା ଯୋଗୁ ଖୁବ୍‌ କମ୍‌ ଦିନରେ ଲୋକପ୍ରିୟ ହୋଇଥିଲା।

Share