Advertisement

ଐଶ୍ୱର୍ଯ୍ୟା-ଅଭିଷେକଙ୍କୁ ନେଇ ଏ କ’ଣ କହିଦେଲେ ନିଖିଲ, ତେବେ କ’ଣ…

ବମ୍ବେ: ପୁଣି ଚର୍ଚ୍ଚାରେ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ। ଉଭୟଙ୍କ ସମ୍ପର୍କ ତୁଟିବା ନେଇ ଖବର ଶୁଣିବାକୁ ମିଳୁଥିବା ବେଳେ ଦୁହେଁ କିନ୍ତୁ ମୁହଁ ଖୋଲୁ ନାହାନ୍ତି। ଏମିତିରେ ତାଙ୍କ ସହ କାମ କରିଥିବା ଅଭିନେତା ନିଖିଲ ଦ୍ୱିବେଦୀ ବଡ଼ ବୟାନ ଦେଇଛନ୍ତି।

ଐଶ୍‌-ଅଭିଙ୍କ ସହ ନିଖିଲ ଫିଲ୍ମ ‘ରାବଣ’ରେ ନଜର ଆସିଥିଲେ। ୨୦୧୦ ଜୁନ ୧୮ରେ ଏହା ରିଲିଜ ହୋଇଥିଲା। ମଣିରତ୍ନନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ ଆକ୍ସନ-ଆଡଭେଞ୍ଚର ଫିଲ୍ମ ଥିଲା।

ନିକଟରେ ଏକ ସାକ୍ଷାତକାରରେ ନିଖିଲଙ୍କୁ ଦୁଇ କଳାକାରଙ୍କ ସହ ଶୁଟିଂ ସମୟ କିଭଳି ଥିଲା ବୋଲି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ ଫିଲ୍ମ ଶୁଟିଂ ବେଳେ ଐଶ୍‌-ଅଭି ବେଶ ପ୍ରଫେଶନାଲ ଥିଲେ। ଦୁହିଁଙ୍କ ମଧ୍ୟରେ ତିକ୍ତତା ଥାଇପାରେ, ହେଲେ ସେଭଳି କିଛି ଲାଗୁ ନ ଥିଲା। ସ୍ବାମୀ-ସ୍ତ୍ରୀ ଭାବେ ସେମାନେ ସବୁବେଳେ ଏକାଠି ରହୁଥିଲେ। ତାଙ୍କ କାମରେ ସମ୍ପର୍କ କେବେ ବି ବାଧା ସୃଷ୍ଟି କରୁ ନ ଥିବା ନିଖିଲ କହିଛନ୍ତି।

କହିରଖୁଛୁ, ଅଭିଷେକ ଏବେ ସହଅଭିନେତ୍ରୀ ନିମ୍ରତ କୌରଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଏହା ଐଶ୍‌ ଜାଣିପାରିବା ପରେ ଦୂରେଇ ଯାଇଛନ୍ତି। ଏବେ ସେ ଝିଅଙ୍କ ସହ ଅଲଗା ରହୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share