Categories: ଫୁରସତ

୨୪ ବର୍ଷ ହେଲା ନଡିଆ ପାଣି ପିଇ ବଞ୍ଚୁଛନ୍ତି ଏହି ବ୍ୟକ୍ତି

ଆଜିକାଲି ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ସବୁକିଛିକୁ ଆପଣାଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏହିପରି କିଛି କରିଛନ୍ତି, ଯାହା ବୋଧହୁଏ କଳ୍ପନା ବାହାରେ। ବାସ୍ତବରେ, ବାଲକ୍ରିଷ୍ଣନ ନାମକ ଜଣେ ବ୍ୟକ୍ତି ଗ୍ୟାଷ୍ଟ୍ରୋସୋଫିଗାଲ ରିଫ୍ଲକ୍ସ ରୋଗ ହେତୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୂଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ବାଲକ୍ରିଷ୍ଣନ ଏହି ରୋଗରୁ ନିଜକୁ ଭଲ କରିବା ପାଇଁ ୨୪ ବର୍ଷ ହେଲା କେବଳ ନଡିଆ ପାଣି ପିଇ ଜୀବିତ ଅଛନ୍ତି। ଖାଦ୍ୟ ନାଁରେ ଏହି ବ୍ୟକ୍ତି କେବଳ ନଡିିଆ ଖାଇଥାନ୍ତି। ଭ୍ରମଣକାରୀ ଇନଫ୍ଲୁଏନ୍ସର ଶେନାଜ ଟ୍ରେଜରୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ଏହି ବ୍ୟକ୍ତି କେବଳ ନଡିଆ ପାଣି ପିଇ ବଞ୍ଚନ୍ତି, ଏହାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହା ପରେ ସେ ବାଲକ୍ରିଷ୍ଣନଙ୍କୁ ପ୍ରୋଟିନ ଖାଉନାହାନ୍ତି ବୋଲି ପଚାରିଥିଲେ। ଏହାପରେ ବାଲକ୍ରିଷ୍ଣନ କହିଛନ୍ତି, ବହୁ ବର୍ଷ ଧରି ମୋ ସ୍ବାସ୍ଥ୍ୟ କେବେ ଭଲ ନ ଥିଲା। ଗୋଟିଏ କାରଣ ପାଇଁ ସର୍ବଦା ଖରାପ। ସେଥିପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି। ସେ ଆହୁରି କହିଛନ୍ତି,
ନଡିଆରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ସୋଡିୟମ ଏବଂ ପୋଟାସିୟମ ପରି ଖଣିଜ ପଦାର୍ଥ ରହିଛି। ଏହା ତାଙ୍କୁ ପୁନର୍ବାର ଶକ୍ତି ଫେରାଇବାରେ ସାହାଯ୍ୟ କଲା ଏବଂ ବର୍ତ୍ତମାନ ସେ ଫିଟ୍‌ ଏବଂ ଭଲ ଅଛନ୍ତି ବୋଲି ବାଲକ୍ରିଷ୍ଣନ କହିଛନ୍ତି।

Share