Categories: ଫୁରସତ

ଦୀର୍ଘବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଥରକୁ ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏଠାକାର ୪୭ ବର୍ଷୀୟ ଡେଭ୍‌ ଏସ୍ପ୍ରେ ଦୀର୍ଘ ଜୀବନ ହାସଲ କରିବା ପାଇଁ ଏକ ସ୍ବତନ୍ତ୍ର ଉପାୟ ଖୋଜୁଛନ୍ତି। ଲାଇଫ୍‌ଷ୍ଟାଇଲ ଗୁରୁ ଭାବରେ ବେଶ୍‌ ପରିଚିତ ଡେଭ୍‌ଙ୍କ କହିବା ଅନୁଯାୟୀ, ଖୁବ୍‌ ଶୀଘ୍ର ବୟସ ବଢ଼ିବା ପଦ୍ଧତି ଘରେ ଘରେ ଲୋକପ୍ରିୟ ହୋଇଯିବ।

ଡେଭ୍‌ଙ୍କ କହିବା ଅନୁଯାୟୀ, ସେ ୨୧୫୩ ପର୍ଯ୍ୟନ୍ତ ଜୀବିତ ରହିବେ। ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସେ ତାଙ୍କର ବାୟୋହ୍ୟାକିଂ ନାମ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ କୋଲ୍ଡ କ୍ରାୟୋଥେରାପୀ ଚ୍ୟାମ୍ବରର ସେ ବ୍ୟବହାର କରୁଛନ୍ତି। କିଛି ସମୟ ଉପବାସ ମଧ୍ୟ ରହୁଛନ୍ତି। ଏହା ସହିତ ଷ୍ଟେମ ସେଲ୍‌ସ ବାହାର କରି ପୁଣିଥିରେ ନିଜ ଶରୀରରେ ଢାଳୁଛନ୍ତି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି କରିବା ପାଇଁ ସେ ପ୍ରତିଥର ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
ଯେତେବେଳେ ଡେଭ୍‌ଙ୍କୁ ପଚରାଗଲା ତୁମେ ଦୀର୍ଘଦିନ କାହିଁକି ବଞ୍ଚିବାକୁ ଚାହୁଁଛ? ସେ କହିଲେ, ମୁଁ ଏଥିପ୍ରତି ଆଗ୍ରହୀ। ମୁଁ ଶୀଘ୍ର ମରିବାକୁ ଆଦୌ ଚାହେଁ ନାହିଁ। କାରଣ ମଣିଷ ବଞ୍ଚି ରହିଲେ ଯାହା ଚାହିଁବ ତାହା କରିପାରିବ।

Share