Posted inଖେଳ

‘ଟିମ୍‌ ଇଣ୍ଡିଆକୁ କାହାର ନଜର ନ ଲାଗୁ’

ପୁଣେ,୨୦।୧୦: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଗୁରୁବାର ଟୁର୍ନାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ମ୍ୟାଚ୍‌କୁ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଫିନିଶ କରିଥିଲେ। ବିଜୟ ପରେ ପାଭିଲିୟନ ଫେରିବା ସମୟରେ ଅଧିନାୟକ ରୋହିତ ଶର୍ମା ଉଭୟଙ୍କୁ ସ୍ବାଗତ କରିବା ସହ ଆଲିଙ୍ଗନ କରିଥିବା ଦେଖାଯାଇଥିଲା।

ଖୁସିର ଏହି ମୁହୁର୍ତ୍ତକୁ ପ୍ରଶଂସକଙ୍କ ସହ ବାଣ୍ଟିବା ଲାଗି ରୋହିତ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ‘ଟୁଗେଦର’ କ୍ୟାପ୍‌ଶନ ଲେଖି ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ଏହାକୁ ଦେଖି ପ୍ରଶଂସକ ଭାବବିହ୍ବଳ ହୋଇ ନିଜର ଖୁସି ଜାହିର କରୁଛନ୍ତି। କେହି କେହି ଏହି ଟିମ୍‌କୁ ନଜର ନ ଲାଗୁ ବୋଲି ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

rohit sharma insta post

ପ୍ରକାଶ ଯେ, ରୋହିତ(୪୮) ଏବଂ ଗିଲ(୫୩) ରନ୍‌ ସହ ପ୍ରଥମ ଉଇକେଟ ଲାଗି ୮୮ ରନ୍‌ ଯୋଡ଼ି ଦଳକୁ ଭଲ ଆରମ୍ଭ ଦେଇଥିଲେ। କୋହଲି ୯୭ ବଲରେ ଅପରାଜିତ ୧୦୩ ରନ୍‌ କରିଥିଲେ। ରାହୁଲ(ଅପରାଜିତ ୩୪) ରନ୍‌ ସହ ଚତୁର୍ଥ ଉଇକେଟ ଲାଗି ୮୩ ରନ୍‌ ଯୋଡ଼ି ଭାରତର ସ୍କୋରକୁ ୪୧.୩ ଓଭରରେ ୨୬୧/୩ରେ ପହଞ୍ଚାଇଥିଲେ। ମ୍ୟାଚ୍‌ରେ କୋହଲି ବିଜୟୀ ଛକା ସହ ନିଜ କ୍ୟାରିୟରର ୪୮ତମ ଶତକ ପୂରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଦିନ ମେଗା ନିଲାମରେ ଏହି ୩ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ସମସ୍ତ ୧୦ଟି ଦଳ ପ୍ରଥମ ଦିନରେ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ଦ୍ୱିତୀୟ ଦିନରେ...

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ...

ଭୁବନେଶ୍ୱରଙ୍କୁ କିଣିବା ପାଇଁ ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ଟଣାଓଟରା: କିନ୍ତୁ, ବାଜି ମାରିନେଲା ଏହି ଟିମ୍‌

ନୂଆଦିଲ୍ଲୀ,୨୫।୧୧: ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇସିପି ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁଭିଙ୍କୁ ମୂଳ ମୂଲ୍ୟଠାରୁ ବହୁ...

ମେଗା ନିଲାମରେ ପ୍ରଥମଥର ବିକ୍ରି ହେଲେନି ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୫।୧୧:ଆଇପିଏଲ୍‌ ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଅଜିଙ୍କେ ରାହାନେ ଏବଂ କେନ ଉଇଲିମସନଙ୍କ ଭଳି ଅନେକ ଷ୍ଟାର ଖେଳାଳି...

ଆକ୍ସନ ମୋଡ୍‌ରେ ରୋହିତ ଶର୍ମା: ଅଷ୍ଟ୍ରେଲିଆରେ ପହଞ୍ଚି…

ପର୍ଥ,୨୫।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ରୋହିତ...

ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ...

ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ...

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri