Categories: ଫୁରସତ

ଏହି ଗ୍ରହ ହେଉଛି ପୃଥିବୀର ଭଉଣୀ, ସ୍ବଭାବ କିନ୍ତୁ ବିଲ୍‌କୁଲ ଅଲଗା…

ସୌରମଣ୍ଡଳରେ ଥିବା ଶୁକ୍ର ଏବଂ ପୃଥିବୀ ଗ୍ରହର ଆକାରରେ ବହୁତ ସମାନତା ରହିଛି। ଶୁକ୍ରର ଆକାର, ବ୍ୟାସ,ଘନତ୍ୱ ପୃଥିବୀ ସହ ସମାନ। ଏହା ପୃଥିବୀର ସବୁଠାରୁ ନିକଟତର ଗ୍ରହ। ଏଥିଯୋଗୁ ଶୁକ୍ରକୁ ପୃଥିବୀର ଭଉଣୀ ବୋଲି କୁହାଯାଏ। ଉଭୟଙ୍କ ସ୍ବଭାବ କିନ୍ତୁ ବହୁତ ଭିନ୍ନ । ପୃଥିବୀରେ ପାଣି, ପବନ ଏବଂ ବାସଯୋଗ୍ୟ ପରିସ୍ଥିତି ରହିଛି। ଶୁକ୍ରରେ କିନ୍ତୁ ପାଣି, ପବନ ଏବଂ ବାସସ୍ଥାନ ନାହିଁ। ଏହାଛଡ଼ା ଉଭୟ ଗ୍ରହରେ ଦିନର ଅବଧିରେ ଆକାଶ ପାତାଳ ଫରକ ରହିଛି। ପୃଥିବୀପୃଷ୍ଠରେ ୨୪ ଘଣ୍ଟାରେ ଗୋଟିଏ ଦିନ ହୋଇଥାଏ। ହେଲେ ଶୁକ୍ରରେ ଗୋଟିଏ ଦିନ ପୃଥିବୀର ୨୪୩ ଦିନ ସହ ସମାନ ହୋଇଥାଏ। ଏହା ସୌରମଣ୍ଡଳରେ ଅବସ୍ଥିତ ସବୁଠାରୁ ଉତପ୍ତ ଗ୍ରହ। ୭୦ ବର୍ଷ ପୂର୍ବେ ଏହା ରହିବା ଯୋଗ୍ୟ ଥାଇପାରେ ବୋଲି ବୈଜ୍ଞାନିକମାନେ ମତ ରଖନ୍ତି। ଏହା ଉପରେ ପ୍ରଥମେ ମହାସାଗର ଥାଇପାରେ ବୋଲି ସେମାନେ କହିଛନ୍ତି।

Share