ଏହି ନାଟକ

ଦୀର୍ଘବର୍ଷ ଚାକିରି କରିବା ପରେ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଫିସର ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ତାଙ୍କ ପୁଅ ଆକାଶ ମଧ୍ୟ ବଡ଼ ଠକେଇରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇଛନ୍ତି। ତେବେ ଅଭୟକାନ୍ତଙ୍କ ଦୁର୍ନୀତି ଉପରେ ଶେଷ କଥା କହିବ ନ୍ୟାୟାଳୟ। ତାଙ୍କ ବିରୋଧରେ ଯଦି ଅଭିଯୋଗ ସତ୍ୟ ହୋଇଥାଏ, ତାହାହେଲେ ଏହା ଦିନେ, ମାସେ ବା ବର୍ଷକର କଥା ନୁହେଁ। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱର କାହାଣୀ ଏବେ ଧରାପଡ଼ିବା ଆଶ୍ଚର୍ଯ୍ୟ ଲାଗୁଛି। ଭିଜିଲାନ୍ସର ଯାଞ୍ଚ ପ୍ରାୟତଃ ଚପରାସୀ, ପିଅନ, କିରାଣି କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ସ୍ତରରେ ଅଧିକାଂଶ ସମୟରେ ଅଟକିଯିବାର ଖବର ସମସ୍ତେ ପଢ଼ନ୍ତି। ବଡ଼ବଡ଼ିଆଙ୍କ ଦୁର୍ନୀତିକୁ ଧରିବାରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଇତିହାସ ନାହିଁ। ହଠାତ୍‌ ନିଦ୍ରାଭଙ୍ଗ ଘଟି ବଡ଼ ମାଛ ଧରିବାକୁ ବନିଶି କଣ୍ଟା ଧରି ଭିଜିଲାନ୍ସ ବିଭାଗ ବାହାରିଲା। ଚୋର ଧରିବା ଏହାର ଦୈନନ୍ଦିନ ବିଷୟ ହେବା ଦରକାର। ତାହା ନ ହୋଇଥିବାରୁ ଭିଜିଲାନ୍ସର ଏହି ବହୁଳ ପ୍ରଚାରିତ ଆକ୍ରମଣ କେବଳ ଆକ୍ରୋଶରେ ଶିକାର କରୁଥିବା ଭଳି ମନେହେଉଛି। ଏବେ ଆଇଏଫ୍‌ଏସ୍‌ ଅଫିସର ପାଠକ ଓ ତାଙ୍କ ପୁଅଙ୍କ ସହ ଗଞ୍ଜାମ ଜିଲାର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ବନ୍ଧ ଥିବା ବିଷୟ ଚର୍ଚ୍ଚାକୁ ଆସିବା ପରେ ତାଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି। ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବା ପରେ ପାଠକ-ପ୍ରଦୀପ ଘଟଣା ରାଜ୍ୟ ରାଜନୀତିକୁ ନୂଆ ରୋଚକ ସ୍ତରକୁ ଆଣିଛି। ପରୀ ଘଟଣାରୁ ଦୃଷ୍ଟି ହଟାଇବା ସକାଶେ ସରକାରଙ୍କ ଇଙ୍ଗିତରେ ଏଭଳି କରାଯାଉଛି ବୋଲି କୁହାଯାଉଛି। କାଳେ ଜନସାଧାରଣ ଆକ୍ରମଣାତ୍ମକ ହୋଇଯିବେ, ସେଥିଲାଗି ମାସକ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ଅଚାନକ ବନ୍ଦ କରିଦିଆଯିବା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି।

ପଞ୍ଚଦଶ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ଭୂମିକା ଗ୍ରହଣ କରିଥିବା ବେଳେ ୨୦୧୯ ଷୋଡ଼ଶ ବିଧାନସଭାରୁ ଭାଜପା ସେ ଆସନ ପାଇଛି। ଉଭୟ ଦଳର ନେତାମାନଙ୍କ କାର୍ଯ୍ୟକଳାପକୁ ଦେଖିଲେ ମନେହୁଏ, ଯେପରି ଡମ୍ବରୁ ବଜାଇ ମାଙ୍କଡ଼ ନଚାଇଲା ଭଳି ସରକାର ସେମାନଙ୍କୁ ନଚାଉଛି। ବିଧାନସଭାକୁ ସାମ୍ନା କରିବାକୁ ଅନିଚ୍ଛୁକ ସରକାର, ବାଡ଼ି ଉଠାଇବା ମାତ୍ରକେ, ବିରୋଧୀ ଦଳ ହୋହଲ୍ଲା କରି କିଛିଦିନ ମଧ୍ୟରେ ବିଧାନସଭା ବନ୍ଦ କରିଦେଉଛନ୍ତି। କୌଶଳ ବା ଷ୍ଟ୍ରାଟେଜି ବଦଳାଇବାର ମଧ୍ୟ ପ୍ରୟୋଜନ ଉଠୁନାହିଁ। ଗଣତନ୍ତ୍ରରେ ବିଧାନସଭା ବା ପାର୍ଲାମେଣ୍ଟ ଲୋକହିତକର ଆଇନ ପ୍ରଣୟନ ସହ ଉନ୍ନତିମୂଳକ କାର୍ଯ୍ୟ କରିବା ଲାଗି ଅଭିପ୍ରେତ। ହେଲେ ଓଡ଼ିଶାରେ କିଛି ବର୍ଷ ହେବ ଦେଖାଯାଉଛି ଯେ, ଅସୁବିଧାଜନକ ସ୍ଥିତି ଆଶଙ୍କା କରି ବିଧାନସଭା ଅଧିବେଶନକୁ ଯଥେଷ୍ଟ ଆଗରୁ ବାରମ୍ବାର ବନ୍ଦ କରିଦିଆଯାଉଛି। ଚଳିତ ଶୀତ ଅଧିବେଶନକୁ ମାସକ ପୂର୍ବରୁ ମୁଲତବୀ କରିଦିଆଯିବା ମନେହେଉଛି ସତେଯେପରି ଶାସକ-ବିରୋଧୀ ସାଲିସ କରି ଏଭଳି କାର୍ଯ୍ୟ କରୁଛନ୍ତି। ଲେଜିସ୍‌ଲେଚର (ବିଧାନମଣ୍ଡଳ)ରେ ବିରୋଧୀ ଦୁର୍ବଳ କିମ୍ବା ଲୋଭୀ ହୋଇଗଲେ ଗଣତନ୍ତ୍ର ଫମ୍ପା ହୋଇଯାଏ। ଓଡ଼ିଶାବାସୀଙ୍କ ଦୁଃଖ ଯେ, ଏଠାରେ ବିରୋଧୀ ସାଜିଥିବା ଦଳ ଓ ତା’ର ନେତୃତ୍ୱ ସମ୍ପୂର୍ଣ୍ଣ ଭାବେ ସାଲିସ ମାଧ୍ୟମରେ ଲାଭ ଉଠାଇବାକୁ ଚେଷ୍ଟା କରୁଛି। କୌଣସି କଷ୍ଟ କିମ୍ବା ରାଜନୈତିକ ଅଭିଯାନ କରିବା ପରିବର୍ତ୍ତେ ଉଷୁମ ଥିବା ଚୌକିରେ ବସିପଡ଼ିବାକୁ ଚେଷ୍ଟିତ। କୌତୂହଳର ବିଷୟ ହେଉଛି, ଅନେକ ବଡ଼ ସମସ୍ୟାକୁ ‘ଛୋଟିଆ’ କରି ତାକୁ ଚତୁରତାର ସହିତ ରାଜନୈତିକ ପ୍ରସଙ୍ଗ ଭାବେ ଧ୍ୱଂସ କରିଦିଆଯାଉଛି। ପରବର୍ତ୍ତୀ ସମୟରେ ସେହି ପ୍ରସଙ୍ଗକୁ ପୁନର୍ବାର ରାଜନୈତିକ ଆନ୍ଦୋଳନର ରୂପ ଦିଆଯାଇ ପାରୁନାହିଁ। ସବୁଦିନ ସକାଳୁ ଖବରକାଗଜ ପଢ଼ି ସେଥିରେ ପ୍ରକାଶ ପାଉଥିବା କୌଣସି ଅନୈତିକ କାର୍ଯ୍ୟ ବିରୋଧରେ ତୁରନ୍ତ କେତେ ଜଣ ଏକାଠି ହୋଇ ଧ୍ୱନି ଦେଇଦେଲେ ସେହି ସମସ୍ୟା ବା ପ୍ରସଙ୍ଗ ସମାଧି ପାଇଯାଉଛି। ତା’ ପରେ ଦଳୀୟ କାର୍ଯ୍ୟାଳୟକୁ ଫେରି ମାଂସ ଭାତ ଭୋଜିରେ ବିପ୍ଳବୀମାନେ ଆପ୍ୟାୟିତ ହେଉଛନ୍ତି। ଭାବୁଛନ୍ତି କେହି କିଛି ବୁଝିପାରୁନାହାନ୍ତି। ସେହିଭଳି କେତେକ ଗଣମାଧ୍ୟମ ସଂସ୍ଥା ନିଜର ସୁବିଧା ତଥା ବ୍ୟକ୍ତିଗତ ପଦପଦବୀ ହାସଲ କରିବା ଲୋଭ ରଖି ଅତିରଞ୍ଜିତ କରି କାହାଣୀ ଛପାଉଛନ୍ତି ପ୍ରଥମ ପୃଷ୍ଠାରେ। ଏହିଭଳି ଚାଞ୍ଚଲ୍ୟକର ଖବର ପରିବେଷଣ କଲେ ପାଠକ କ୍ଷଣିକ ସମୟ ପାଇଁ କୁତୁକୁତୁ ହୋଇପାରନ୍ତି। କିନ୍ତୁ ସେହି ପାଠକମାନେ ଏହାଦ୍ୱାରା ବୋକା ସାବ୍ୟସ୍ତ ହେଉଛନ୍ତି। କାରଣ ସେମାନେ ଭିତିରି କଥା ବୁଝିବାରେ ଅସମର୍ଥ।

ଏବେ ଓଡ଼ିଶାର ଲୋକଙ୍କୁ ଭାବିବାକୁ ହେବ ଯେ, ଆମ ସମ୍ମୁଖରେ ଥିବା ରାଜନୈତିକ ବିକଳ୍ପ ଭିନ୍ନ ପତାକା ଧରିଥାଇପାରନ୍ତି, କିନ୍ତୁ ବାସ୍ତବରେ ସମସ୍ତଙ୍କ ରଙ୍ଗ ଗୋଟିଏ। ଆମେ ଜନସାଧାରଣ ଭକୁଆ ହେଉଛେ। ଦଳୀୟ ଚେଲାଚାମୁଣ୍ଡା ଆମକୁ ଦେଖି ଉତ୍‌ଫୁଲ୍ଲିତ ହେଉଛନ୍ତି। ନେତାମାନେ ନୀରବତା ରକ୍ଷାକରି ଭାଗବଣ୍ଟାରେ ଲାଗି ପଡ଼ୁଛନ୍ତି। ଆଉ କେତେ ଦିନ ଏହି ନାଟକ।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ...

ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା...

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ...

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ...

ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା...

ବିବାହରେ ଅତିଥି

ବର୍ଷା ଋତୁ ନିଜର ଦାୟିତ୍ୱହୀନତା ପାଇଁ କୁଖ୍ୟାତ। ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ବର୍ଷା ସମ୍ପୂର୍ଣ୍ଣ ନିଜ ଇଚ୍ଛାରେ ଚଳପ୍ରଚଳ। କେତେବେଳେ ସେ ଠିକ୍‌ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri