ଏହି ପ୍ଲେ ବ୍ୟାକ୍‌ ସିଙ୍ଗରଙ୍କୁ ଜୀବନରେ ମାରିଦେବାକୁ ମିଳୁଥିଲା ଧମକ

ମୁମ୍ବାଇ, ୫।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ୍‌ ନାରାୟଣ ରବିବାର ଫିଲ୍ମ ଦୁନିଆରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ନିଜ ସ୍ମୃତି ସମ୍ପର୍କରେ ବଖାଣିଛନ୍ତି। ୧୯୮୦ ଜୁଲାଇ ୫ରେ ପ୍ରଥମ ଫିଲ୍ମ ‘ଉନିସ୍‌ ବିଶ୍‌’ରେ ସେ ପ୍ଲେ ବ୍ୟାକ୍‌ ସିଙ୍ଗର ଭାବେ କାମ ଆରମ୍ଭ କରିଥିଲେ। ଫିଲ୍ମର ସଙ୍ଗୀତ ରାଜେଶ ରୋଶନ୍‌ଙ୍କର ଥିଲା। ଏହାକୁ ଅମିତ ଖାନ୍ନା ଲେଖିଥିଲେ। ତେବେ ବଲଉଡ୍‌ରେ କାମ କରିବା ମଧ୍ୟରେ ୧୯୯୮ଠାରୁ ୨୦୧୯ ମଧ୍ୟରେ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ କଲ୍‌ ମିଳୁଥିଲା। ଧମକକୁ ନେଇ ସେ ବେଶ୍‌ ଉଦାସ ହୋଇ ପଡୁଥିଲେ। ଜୀବନଟା ବୋଝ ପରି ଲାଗୁଥିଲା। କେତେକ ଥର ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଫିଲ୍ମ ପାଇଁ ଗୋଟିଏ ଗୀତ ଗାଇଲେ ସେତେବେଳେ ୧୫ ହଜାରରୁ ୨୦ ହଜାର ଟଙ୍କା ମିଳୁଥିଲା। ୨୦୧୧ରେ ଳକ୍ଷ୍ନୌରେ ତାଙ୍କୁ କିଛି ଅଜଣା ଲୋକ ଛୁରୀ ଧରି ମାରିବାକୁ ଆସିଥିଲେ। ତେବେ ପରେ ସେମାନେ ପୋଲିସ ହାତରେ ଧରା ପଡ଼ିଥିଲେ। ବଲିଉଡ୍‌ରେ ଲକ୍ଷ୍ୟ ଯେତେ ଉଚ୍ଚ ହେବ ବାଧାବିଘ୍ନ ମଧ୍ୟ ସେତିକି ବଡ଼ ହେବ ବୋଲି ଉଦିତ୍‌ ନାରାୟଣ କହିଛନ୍ତି।

Share