ହନିମୁନ୍‌ ଟ୍ରିପ୍‌ରେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫ୍ୟାନ୍‌ଙ୍କ ପାଇଁ ଶେୟାର କଲେ ଫଟୋ

ଅକ୍ଟୋବର ୩୦ ତାରିଖରେ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ବିବାହ ପରେ ଫ୍ୟନ୍‌ମାନଙ୍କ ପାଇଁ କାଜଲ ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ବର୍ତ୍ତମାନ କାଜଲ ସ୍ବାମୀଙ୍କ ସହ ହନିମୁନ୍‌ରେ ମାଳଦ୍ୱୀପ ଯାଇଛନ୍ତି। ବର୍ତ୍ତମାନ କାଜଲ ଏହି ସମୟର ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରିଛନ୍ତି।


ଏହି ଫଟୋଗୁଡିକରେ, ସେ ଏକ ଲାଲ ବ୍ୟାକଲେସ ଡ୍ରେସରେ ସୁନ୍ଦର ନଜର ଆସିଛନ୍ତି। ସେ ଅନେକ ଫଟୋରେ ଟାଇଟାନିକ ପୋଜ ଦେଇଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଦେଖିଲେ ଉଭୟ ହନିମୁନ୍‌ ଟ୍ରିପ୍‌କୁ ଉପଭୋଗ କରୁଥିବା ଜଣାପଡୁଛି।
ତେବେ ବିବାହ ପୂର୍ବରୁ ବହୁ ବର୍ଷ ଧରି ଏହି ଯୋଡ଼ି ଡେଟ କରୁଥିଲେ। ବିବାହ ପରେ, କାଜଲ ସ୍ମାମୀଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି।

 

Share