୨୮ ବର୍ଷ ପୂର୍ବେ ଏପରି ଦିଶୁଥିଲେ ଏହି ଲୋକପ୍ରିୟ କମେଡିଆନ୍‌, ଚିହ୍ନିିବା ହେଉଛି ମୁସ୍କିଲ

ବର୍ତ୍ତମାନ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହି କାରଣରୁ ‘ଦି କପିଲ ଶର୍ମା ଶୋ’କୁ ବନ୍ଦ କରିବାକୁ ପଡିବ। କପିଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସମ୍ପ୍ରତି ସେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଏହି ଫଟୋରେ ଚିହ୍ନିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ବୋଲି ପ୍ରତିକ୍ରିୟା ଦେଉଛନ୍ତି।

କପିଲ ପ୍ରାୟ ୨୮ ବର୍ଷ ପୂର୍ବର ଏକ ଫଟୋ ଶେୟାର କରିଛନ୍ତି। ଫଟୋକୁ ଦେଖିଲେ କହିବା ଭୁଲ ହେବ ନାହିଁ ଯେ, ତାଙ୍କର ଏହି ରୂପ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଦେଖି ନ ଥିବେ। ଫଟୋ ଦେଖିଲେ ଯେ ବି କହିବ ଇଏ କିଏ? ଫଟୋରେ କପିଲ ତାଙ୍କ ବଡ଼ ଭାଇ ଅଶୋକ କୁମାର ଶର୍ମାଙ୍କ ସହ ନଜର ଆସିଛନ୍ତି। ଏହାକୁ ଶେୟାର କରି କପିଲ କ୍ୟାପଶନ ଲେଖିଛନ୍ତି, ‘ଭାଇ-ଭାଇ’।

Share