୩୦୦ କୋଟି ଟଙ୍କା ବ୍ୟୟରେ ‘ରାମାୟଣ’କୁ ନେଇ ଫିଲ୍ମ ନିର୍ମାଣ କରିବେ ମଧୁ!

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ‘ରାମାୟଣ’କୁ ନେଇ କିଛି ଫିଲ୍ମ ନିର୍ମାଣ କରି ସାରିଛି । ଏହି ମହାକାବ୍ୟକୁ ନେଇ ଫିଲ୍ମ ନିର୍ମାତା ନିଜ ନିଜ ପ୍ରକାରେ ଫିଲ୍ମ ନିର୍ମାଣ କରିଛନ୍ତି । ହେଲେ ଏବେ ନିର୍ମାତା ମଧୁ ମେଂଟାନା ‘ରାମାୟଣ’କୁ ନେଇ ଏକ ବଡ ପ୍ରୋଜେକ୍ଟ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ମଧୁ ୩୦୦ କୋଟି ଟଙ୍କା ବ୍ୟୟରେ ଏହି ମୁଭି ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ନଜର ଆସିବେ । ଏହାର ନିର୍ଦ୍ଦେଶନା ନୀତୀଶ ତିୱାରି କରିବେ । ଯିଏ ‘ଦଙ୍ଗଲ’ ଭଳି ହିଟ୍ ମୁଭିର ନିର୍ମାଣ କରି ସାରିଛନ୍ତି । ଶୁଣିବାକୁ ମିଳିଛି କି ମଧୁ ନିକଟରେ ଅନୁରାଗ କାଶ୍ୟପ ତଥା ବିକ୍ରମାଦିତ୍ୟ ମୋଟୱାନି ଏବଂ ବିକାଶ ବହଲଙ୍କଠାରୁ ଫ୍ୟାଣ୍ଟମ ଫିଲ୍ମର ଅଂଶ କ୍ରୟ କରିଛନ୍ତି ଅର୍ଥାତ୍ ଏହି ବ୍ୟାନରକୁ ସେ ଏବେ ଏକେଲା ଚଳାଇବେ । ରାମାୟଣ ତାଙ୍କର ଡ୍ରିମ ପ୍ରୋଜେକ୍ଟ ଯାହାକୁ ସେ ଏହି ବ୍ୟାନରରେ ନିର୍ମାଣ କରିବେ । ମଧୁ ମେଂଟାନା ‘ରାମାୟଣ’କୁ ୩ଡିରେ ପ୍ରସ୍ତୁତ କରିବେ । ଯାହାର ବଜେଟ ପାଖାପାଖି ୩୦୦ କୋଟି ହେବ ବୋଲି କୁହାଯାଉଛି । ଶୁଣିବାକୁ ମିଳିଛି କି ମଧୁ ରାମାୟଣର କେତେଜଣ ରିସର୍ଚ୍ଚ ସ୍କଲାରଙ୍କୁ ଏହାର ରିସର୍ଚ୍ଚ କାର୍ଯ୍ୟ ଦେଇଛନ୍ତି । ଯାହା ଫିଲ୍ମର ସ୍କ୍ରିପ୍ଟ ପାଇଁ ଆବଶ୍ୟକ ପଡିବ । ଏହାକୁ ୨ଟି ଭାଗରେ ରିଲିଜ୍ କରିବାର ଯୋଜନା କରାଯାଉଛି । ଏହା ଏକ ମହାକାବ୍ୟ ହୋଇଥିବାରୁ ଏହାକୁ ଗୋଟିଏ ଭାଗରେ ସମ୍ପୂର୍ଣ୍ଣ କରିବା ସମ୍ଭବ ହେବ ନାହିଁ ବୋଲି ମଧୁ କହିଛନ୍ତି ।

Share