ମିକାଙ୍କ ହୃଦୟର ରାଣୀ ସାଜିବେ ଏହି ପଞ୍ଜାବୀ ଝିଅ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଶୋ’ ‘ସ୍ବୟଂମ୍ବର ମିକା ଦିି ଭୋହତି’କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଏହି ଶୋ’କୁ ଦର୍ଶକେ ବହୁତ ପସନ୍ଦ କରୁଛନ୍ତି। କାରଣ ଦିନକୁ ଦିନ ଏହି ଶୋ’ଟି ଅଧିକ ଆକର୍ଷଣୀୟ ହେଉଛି। ଏହା ବ୍ୟତୀତ ଶୋ’ର ସମସ୍ତ ପ୍ରତିଯୋଗୀ ମିକାଙ୍କ ହୃଦୟ ଜିତିବା ଏବଂ ତାଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏହି ସମୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ, ମିକା ସିଂ ପ୍ରତିଯୋଗୀ ନୀତ୍‌ ମହଲଙ୍କ ସୌନ୍ଦର୍ଯ୍ୟ ଏବଂ ପ୍ରତିଭା ଦ୍ୱାରା ବେଶ୍‌ ପ୍ରଭାବିତ ଆଉ ବିମୋହିତ ହୋଇଛନ୍ତି।

କୁହାଯାଉଛି, ଏକ ଟାସ୍କ ସମୟରେ ନୀତ୍‌ ମିକାଙ୍କ ପାଇଁ ଖିରି ରାନ୍ଧିଥିଲେ। ଯାହାକୁ ମିକା ଖୁବ୍‌ ପସନ୍ଦ କରିଥିଲେ। ନୀତ୍‌ ଚଣ୍ଡିଗଡ଼ର ଝିଅ। ଶୋ’ ଆରମ୍ଭରୁ ହିଁ ସେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଯାହା ମିକାଙ୍କୁ ଭଲ ଲାଗିଛି। କହିବାକୁ ଗଲେ ଶୋ’ରେ ଶକ୍ତିଶାଳୀ ପ୍ରତଦ୍ୱନ୍ଦ୍ୱୀ ହେଉଛନ୍ତି ନୀତ୍‌। ଏସବୁ ଦୃଷ୍ଟିରୁ ନୀତ୍‌ ମିକାଙ୍କ ହୃଦୟର ରାଣୀ ସାଜି ପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି।

Share