Categories: Uncategorized

ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛି ଏପରି ସୁବିଧା: ନ ଦେଖିଲେ ହେବନି ବିଶ୍ୱାସ

ଭୋପାଳ,୧।୮: କରୋନା ଭାଇରସ କେବଳ ଶାରୀରିକ ନୁହେଁ, ମାନସିକ ସ୍ତରରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ଏବେ ସରକାରଙ୍କ ପକ୍ଷରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରଗୁଡିକରେ ରୋଗୀଙ୍କୁ ଖୁସି କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଯାହା ଫଳରେ କରୋନା ରୋଗୀମାନେ ମାନସିକ ସ୍ତରରେ ଶକ୍ତିଶାଳୀ ହୋଇପାରିବେ। ଆନ୍ଧ୍ରପ୍ରଦେଶର ଅନ୍ତରପୁର ଜିଲାର ଏକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହାଁ।
ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ସୁପ୍ରଭାତମ୍‌ ସ୍ପିକର ସହ ପ୍ରତିଦିନ ସକାଳ ଆରମ୍ଭ ହୋଇଥାଏ। ଏହା ସାଙ୍ଗକୁ ଏଠାରେ ରୋଗୀଙ୍କ ପସନ୍ଦ ଉପରେ ବିଶେଷ ନଜର ରଖାଯାଉଛି। କରୋନା ରୋଗୀଙ୍କ ପାଇଁ ଏଠାରେ ଖେଳିବା ପାଇଁ ବ୍ୟାଡ୍‌ମିଣ୍ଟନ, ଭଲିବଲ ଏବଂ କ୍ୟାରମ ଭଳି ସମସ୍ତ ପ୍ରକାର ସୁବିଧା ରହିଛି। ମନୋରଞ୍ଜନ ପାଇଁ ଲାପଟପ୍‌, ଇଣ୍ଟରନେଟ୍‌ ସୁବିଧା ଏବଂ ପ୍ରୋଜେକ୍ଟରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା କରୋନା ରୋଗୀମାନେ ଫିଲ୍ମ ଦେଖିବା ସହ ଗୀତ ମଧ୍ୟ ଶୁଣିପାରିବେ। ଏଠାରେ ପରାମର୍ଶ ଦାତା ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେମାନେ ରୋଗୀଙ୍କ ମାନସିକ ସ୍ଥିତିକୁ ପର୍ଯ୍ୟାୟକ୍ରମେ ନଜର ରଖୁଛନ୍ତି।