ଭାରତର ଏହି ରେଳ ଲାଇନ୍‌ ବ୍ରିଟିଶ୍‌ କବଜାରେ, ସରକାର ଦେଉଛନ୍ତି ଟଙ୍କା

ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ଏବେ ବ୍ରିଟିଶ୍‌ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍‌ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା କରନ୍ତି। ତେବେ ଭାରତରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ୭୭ବର୍ଷ ଧରି ଏକ ବ୍ରିଟିଶ୍‌ କମ୍ପାନୀ କବଜାରେ ଅଛି। ଭାରତୀୟ ରେଳ ଏହାକୁ କିଣିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅସଫଳ ହୋଇଛନ୍ତି। ତେବେ ଏହି ଚର୍ଚ୍ଚିତ ବ୍ରିଟିଶ୍‌ କମ୍ପାନୀ ହେଉଛି ‘କିଲିକ୍‌ ନିକ୍ସନ ଆଣ୍ଡ କୋ’ ଯାହା ସେଣ୍ଟ୍ରାଲ ପ୍ରୋଭିନାନ୍ସ ରେଲଓ୍ବେ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି।

article_image3

ଶକୁନ୍ତଳା ଏକ୍ସପ୍ରେସ: ସ୍ବାଧୀନ ଭାରତର ଏହି ରେଳ ଟ୍ରାକ ଏବେ ବ୍ରିଟିଶ କମ୍ପାନୀ ଅଧୀନରେ ରହିଛି। ଏହି ରେଳ ଲାଇନ ବିଦେଶୀ କମ୍ପାନୀ ମାଲିକାନାରେ ରହିଛି। ଯାହାକୁ ନେଇ ଭାରତୀୟ ରେଳବାଇକୁ ପ୍ରତିବର୍ଷ ରୟାଲଟି ଦେବାକୁ ପଡୁଛି। ବ୍ରିଟିଶ କମ୍ପାନୀ କିଲିକ୍‌ ନିକ୍ସନ ଆଣ୍ଡ କୋ କମ୍ପାନୀ ଏହି ରେଳ ଟ୍ରାକ ରୟାଲଟି ସଂଗ୍ରହ କରୁଛି।

article_image6

ଏହା ପୂର୍ବରୁ ଶକୁନ୍ତଳା ରେଳ ଟ୍ରାକ, ଶକୁନ୍ତଳା ପାସେଞ୍ଜର ଟ୍ରେନ୍‌ରେ କେବଳ ଗୋଟିଏ ଟ୍ରେନ ଚଳାଚଳ କରୁଥିଲା ବର୍ତ୍ତମାନ ବନ୍ଦ ହୋଇଯାଇଛି। ପାଞ୍ଚଟି କୋଚ ସହିତ ଏହି ଟ୍ରେନ ପ୍ରତିଦିନ ୮୦୦ରୁ ୧୦୦୦ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍‌ ବ୍ରିଟିଶ୍‌ ଦଖଲରେ ଥିବା ରେଳ ଲାଇନ୍‌ ଦେଇ ଯାତାୟତ କରୁଥିଲା। ୧୯୫୧ରେ ଭାରତୀୟ ରେଳ ଜାତୀୟକରଣ କରାଯାଇଥିଲା, କିନ୍ତୁ ଏହି ମାର୍ଗ ଭାରତ ସରକାରଙ୍କ ଅଧୀନରେ ନ ଥିଲା।

Shakuntala Railways - The Indian railway that doesnt belong to India -  Tripoto

ମହାରାଷ୍ଟ୍ରର ଅମରାବତୀ କପା ଚାଷ ପାଇଁ ପ୍ରସିଦ୍ଧ ଥିଲା। ବ୍ରିଟିଶମାନେ ଅମରାବତୀରୁ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହି ରେଳ ଟ୍ରାକ ନିର୍ମାଣ କରିଥିଲେ। ଏହି ରେଳ ଟ୍ରାକ ନିର୍ମାା ପାଇଁ ବ୍ରିଟେନର କ୍ଲିକ ନିକ୍ସନ କମ୍ପାନୀ କେନ୍ଦ୍ରୀୟ ପ୍ରଦେଶ ରେଳ କମ୍ପାନୀ (CPRC) ପ୍ରତିଷ୍ଠା କରିଥିଲେ। ୧୯୪୭ରେ ଭାରତର ସ୍ବାଧୀନତା ପରେ, ଭାରତୀୟ ରେଳ ଏହି କମ୍ପାନୀ ସହିତ ଏକ ଚୁକ୍ତି କରିଥିଲା। ଯାହା ଅଧୀନରେ ଟ୍ରାକ୍‌ର ବ୍ୟବହାର ପାଇଁ ସେମାନଙ୍କୁ କମ୍ପାନୀକୁ ବାର୍ଷିକ ରୟାଲଟି ଦେବାକୁ ପଡୁଥିଲା। ରିପୋର୍ଟ ଅନୁସାରେ ଭାରତୀୟ ରେଲଓ୍ବେକୁ ବ୍ରିଟିଶ୍‌ କମ୍ପାନୀକୁ ୧.୨୦କୋଟି ଟଙ୍କା ଦେବାକୁ ପଡୁଥିଲା। ଏହି ଟ୍ରାକରେ ଚାଲୁଥିବା ଶକୁନ୍ତଲା ଏକ୍ସପ୍ରେସ ପ୍ରଥମେ ୨୦୧୪ରେ ଏବଂ ପୁନର୍ବାର ଏପ୍ରିଲ ୨୦୧୬ରେ ସ୍ଥଗିତ ରଖାଯାଇଥିଲା । ଏହି ଟ୍ରେନ ଶେଷ ଥର ପାଇଁ ୨୦୨୦ରେ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri