ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ୨୯ ତାରିଖରେ ଏକ ବିରଳ ପେଚା ଦେଖିବାକୁ ମିଳିଛି। ଦୀର୍ଘ ୧୩୦ ବର୍ଷ ପରେ ଏହି ଧଳାରଙ୍ଗର ପେଚାଟି ଦେଖିବାକୁ ମିଳିଛି। ଏହା ଏକ ଦୁର୍ଲଭ ପକ୍ଷୀ। ଏହା ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍ କୌତୂହଳ ପ୍ରକାଶ ପାଇଛି। ଲୋକେ ଏହି ପେଚାର ଫଟୋ ଉଠାଇବା ସହ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।
ମ୍ୟାନହାଟନ ବାର୍ଡ ଆର୍ଲଟ ଟୁଇଟର୍ ପେଜରେ ପେଚାର ଫଟୋଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ସେଣ୍ଟ୍ରାଲ ପାର୍କରେ ଏହି ଦୁର୍ଲଭ ପେଚା ଦେଖିବାକୁ ମିଳିଛି। ୩୦ ସେକେଣ୍ଡର ଏହି ଭିଡିଓରେ ପେଚାଟି କିପରି କାଉମାନଙ୍କ ସହ ମଜା କରୁଛି ତାହା ନଜର ଆସିଛି। ଏହା ପୂର୍ବରୁ ୧୮୯୦ ମସିହାର ଏପରି ପେଚା ଦେଖିବାକୁ ମିଳିଥିଲା। ଭିଡିଓଟି ଶେୟାର ହେବା କିଛି ସମୟ ମଧ୍ୟରେ ୮୫ ହଜାର ଲୋକ ଏହାକୁ ଦେଖିସାରିଲେଣି। ୨୪୦୦ ୟୁଜର ଲାଇକ୍ କରିଛନ୍ତି। ସେହିପର ୫୯୦ଟି ରିଟୁଇଟ୍ ହୋଇଛି।
ଭିଡିଓରେ ଦେଖିବାକୁ ମିଳିଛି ପେଚାଟି ଚାରିପଟକୁ ବେକ ବୁଲାଇ ଆଖପାଖକୁ ଚାହୁଁଛି। ଏହି ପେଚାର ବୈଜ୍ଞାନିକ ନାମ ବୁବୋ ସ୍କାଣ୍ଡିଆକସ୍। ଏହା ସାଧାରଣତଃ ଆର୍କଟିକ୍ ଅଞ୍ଚଳରେ ଦେଖିବାକୁ ମିଳିଥାଏ। କିଛି ପ୍ରଜାତିର ପେଚା ଆମେରିକାର ବରଫାବୃତ୍ତ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ପେଚାର ଶରୀର ବରଫ ପରି ଧଳା, କଳା ଏବଂ ଧୂସରିଆ ରଙ୍ଗର ହୋଇଥାଏ। ପେଚା ଦିନରେ ଶୋଇଥାଏ। ରାତିରେ ଶିକାର ପାଇଁ ବାହାରେ। ଏହା ବର୍ଷରେ ଥରେ ପ୍ରଜନନ କରିବା ପାଇଁ ଯାଇଥାଏ। ଅନ୍ୟ ସମୟରେ ଥଣ୍ଡା ସ୍ଥାନରେ ଦେଖିବାକୁ ମିଳେ। ଏହାର ସ୍ବର ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳେ। ମାଈ ଧଳାପେଚାର ଶବ୍ଦ ଏହାଠାରୁ ଆହୁରି ଅଧିକ ବାଟ ପର୍ଯ୍ୟନ୍ତ ଯାଇଥାଏ।