ୟୁଟ୍ୟୁବ୍‌ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ

ମୁମ୍ବାଇ: ୟୁଟ୍ୟୁବ୍‌ରେ ବଲିଉଡ୍‌ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍‌ର ପ୍ଲେ ବ୍ୟାକ୍‌ ଗାୟିକା ଅଲ୍‌କା ୟାଗ୍ନିକ। ୯୦ ଦଶକରେ ହେଉ କିମ୍ବା ଆଜିର ସମୟରେ, ସମସ୍ତେ ତାଙ୍କ ଗୀତ ଏବଂ ସ୍ବରର ପ୍ରଶଂସା କରିଥାନ୍ତି। ୟୁଟ୍ୟୁବ୍‌ରେ ୧୪.୮ ବିଲିୟନ ଷ୍ଟ୍ରିମ ସହିତ ଅଲ୍‌କାଙ୍କର ଦୁନିଆର ସବୁଠୁ ଅଧିକ ଶ୍ରୋତା ଥିବା ଜଣାପଡ଼ିଛି। ଏହି ବର୍ଷକ ମଧ୍ୟରେ ଅଲ୍‌କାଙ୍କ ଗୀତ ସର୍ବାଧିକ ଥର ଶୁଣାଯାଇଛି। ଯେଉଁଥିପାଇଁ ସେ ୨୦୨୨ର ଦୁନିଆର ସବୁଠାରୁ ଶ୍ରୋତା କଳାକାର ହୋଇପାରିଛନ୍ତି।

ଲିବର୍ଟି ଗେମ୍ସ ଦ୍ୱାରା ପ୍ରକାଶିତ ଏକ ତଥ୍ୟରେ, ଏହା ପ୍ରକାଶ ପାଇଛି। ଲିବର୍ଟି ଗେମ୍ସ ପ୍ରତ୍ୟେକ ଦେଶର ଶ୍ରେଷ୍ଠ ସଂଗୀତ କଳାକାରଙ୍କୁ ଜାଣିବା ପାଇଁ ୟୁଟ୍ୟୁବର ମ୍ୟୁଜିକ୍‌ ଭିଡିଓ ଚାଟ୍‌ରୁ ପ୍ଲେ ଗଣନା ବିଶ୍ଳେଷଣ କରିଥିଲା ଏବଂ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ଏଥିରୁ ଭାରତର ଦବ୍‌ଦବା ଥିବା ଜଣାପଡ଼ିଥିଲା।

ଅଲକା ୟାଗ୍ନିକଙ୍କ ବ୍ୟତୀତ ଏହି ତାଲିକାରେ ଉଦିତ ନାରାୟଣ, କୁମାର ସାନୁ
ଅରିଜିତ ସିଂଙ୍କ ପରି ଗାୟକମାନଙ୍କ ନାଁ ରହିଛି। ଦୁନିଆର ଶ୍ରେଷ୍ଠ ୧୦ ଜଣଙ୍କ ଗୀତ ଶୁଣାଯାଇଥିବା କଳାକାର ତାଲିକାରେ ଏମାନେ ସ୍ଥାନ ପାଇଛନ୍ତି।

ଅଲ୍‌କାଙ୍କ ହିଟ୍‌ ତାଲିକାରେ ‘ମେରା ଦିଲ ଭି କିତ୍‌ନା ପାଗଲ ହୈ, ଟିପିଟିପି ବର୍‌ଷା ପାନି, ୟେ ମେରେ ହମ୍‌ସଫର, କୁଛ୍‌ କୁଛ୍‌ ହୋତା ହୈ ଭଳି କେତେକ ବ୍ଲକବଷ୍ଟର ଗୀତ ଅନ୍ତର୍ଭୁକ୍ତ। ଯାହା ଅଲକାଙ୍କୁ ଶୀର୍ଷ ଗାୟିକା ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚାଇଛି।

Share