ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା ଏକ ନିଆରା ଆବିଷ୍କାରକୁ ଶେୟାର କରିଛନ୍ତି। ସେ ହେଉଛି ଏକ ସାଇକେଲ, ଯାହା ରେଳ ଟ୍ରାକ୍ରେ ଚାଲିବ। ଯାହାଦ୍ୱାରା ରେଳ ଧାରଣା ଯାଞ୍ଚ ପାଇଁ ଗ୍ୟାଙ୍ଗମ୍ୟାନଙ୍କୁ ଆଉ ଟ୍ରାକ୍ ଉପରେ ମାଇଲ ମାଇଲ ଦୂର ଚାଲିବାକୁ ପଡିବନି। କାରଣ ରେଲଓ୍ବେ ସିଭିଲ ଇଞ୍ଜିନିୟର ପଙ୍କଜ ସୋଏନଙ୍କ ଦ୍ୱାରା ଆବିଷ୍କାର କରାଯାଇଥିବା ନୂଆ ରେଳ ବାଇ-ସାଇକେଲ ଆସିଯାଇଛି। ଏହି ବାଇ-ସାଇକେଲ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଚାଲିବ। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ। ଏଥିରେ ଏକା ସାଙ୍ଗରେ ୨ଜଣ ବ୍ୟକ୍ତି ବସି ଟ୍ରାକ୍ର ଯାଞ୍ଚ କରିପାରିବେ। ଏହି ବାଇ-ସାଇକେଲର ଓଜନ ୨୦ କିଲୋଗ୍ରାମ ରହିଛି। ଏହାକୁ ଜଣେ ବ୍ୟକ୍ତି ସହଜରେ ଉଠାଇ ଟ୍ରାକ୍ରେ ରଖି ତଳକୁ ମଧ୍ୟ ଖସାଇପାରିବେ। ଉକ୍ତ ବାଇ-ସାଇକେଲର ନିର୍ମାଣରେ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପୁରୁଣା ସାଇକେଲର ମୂଲ୍ୟ ସାମିଲ କରାଯାଇଥିବା ବେଳେ ଏହାର ମଡେଲ ମଧ୍ୟ ଡିଜାଇନ କରାଯାଇଛି।