ଆଲୟାଙ୍କ ଫିଟନେସ୍ ସିକ୍ରେଟ୍‌

ମୁମ୍ବାଇ: ପ୍ରଥମ ଫିଲ୍ମ ‘ଜୱାନି ଜାନେମନ’ ପରେ ଅଭିନେତ୍ରୀ ପୂଜା ବେଦିଙ୍କ ଝିଅ ଅଭିନେତ୍ରୀ ଆଲୟା ଏଫ୍ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ଆଲୟା ଫର୍ନିଚରୱାଲା ଶୈଫ ଅଲି ଖାଁ ଓ ତବୁଙ୍କ ଝିଅ ଭୂମିକାରେ ନଜର ଆସିଥିଲେ । ଅଭିନୟ ସହ ଆଲୟା ତାଙ୍କ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ଏବେ ଲକ୍ଷ ଲକ୍ଷ ଯୁବତୀ ଆଲୟାଙ୍କ ଭଳି ଫିଗର ଚାହାନ୍ତି । ହେଳେ ଏହା ଏତେ ସହଜ କଥା ନୁହେଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଲୟା ଫିଟ ରହିବାକୁ ନିୟମିତ ଯୋଗ ୱାର୍କଆଉଟ କରିଥାଆନ୍ତି । ଏହାର କିଛି ଭିଡିଓ ସେ ତାଙ୍କର ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର ବି କରନ୍ତି । ଆଲୟାଙ୍କ ଇନଷ୍ଟାଗ୍ରାମରେ ସେ ଯୋଗ କରୁଥିବାର କିଛି ଭିଡିଓ ଦେଖିବାକୁ ମିଳିଥାଏ । ବହୁ କଠିନ ଆସନକୁ ଖୁବ୍ ସହଜରେ କରିପାରନ୍ତି ଏହି ଅଭିନେତ୍ରୀ । କେବେ ଚକ୍ରାସନ ତ କେବେ ପର୍ବତାସନ କରନ୍ତି ଆଲୟା । ଅର୍ଦ୍ଧମତ୍ସ୍ୟନ୍ଦ୍ରାସନ ଭଳି କଠିନ ଆସନକୁ ବି ଅତି ସହଜରେ କରିପାରନ୍ତି ଏହି ଅଭିନେତ୍ରୀ । କେବଳ ଯୋଗ ନୁହେଁ ବିଭିନ୍ନ ଏକ୍ସରସାଇଜ କରି ନିଜକୁ ଫିଟ୍ ରଖିଛନ୍ତି ଆଲୟା ।

Share