‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍‌ ଫିଲ୍ମ ପୁଣିଥରେ ହଲ୍‌ରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ତାଙ୍କର ୨୭ ବର୍ଷ ପୁରୁଣା ଚଳଚ୍ଚିତ୍ର ଦିଲ୍‌ୱାଲେ ଦୁଲହନିଆ ଲେ ଜାୟେଙ୍ଗେ ପୁଣିଥରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ।

ଶାହରୁଖଙ୍କ ଫିଲ୍ମ ଦିଲୱାଲେ ଦିଲ୍‌ୱାଲେ ଦୁଲହନିଆ ଲେ ଜାୟେଙ୍ଗେ ଶୁକ୍ରବାରଠାରୁ ଫେବୃୟାରୀ ୧୦ରୁ ନ୍ୟାଶନାଲ ଚେନ୍ସ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିର୍ଦ୍ଦେଶକ ତଥା ନିର୍ମାତା ଆଦିତ୍ୟ ଚୋପ୍ରା ନିଜେ ଏହି ଘୋଷଣା କରିଛନ୍ତି। ଟ୍ରେଣ୍ଡ ଆନାଲିଟିକ୍‌ ତାରନ ଆଦର୍ଶ ଟୁଇଟ୍‌ କରି କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ ପରି ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟରେ ରିଲିଜ୍‌ ହେବ।

ଦିଲୱାଲେ ଦୁଲ୍‌ହାନିଆ ଲେ ଜାୟେଙ୍ଗେ ଫିଲ୍ମରେ ଶାହରୁଖ ଖାନ ଏବଂ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ଆଦିତ୍ୟ ଚୋପ୍ରା। ଏହି ଚଳଚ୍ଚିତ୍ରରୁ କାଜୋଲ ଏବଂ ଶାହରୁଖ ଖାନଙ୍କ ଯୋଡି ପ୍ରସିଦ୍ଧ ହୋଇଥିଲା। ୧୯୯୫ରେ ଚଳଚ୍ଚିତ୍ରଟି ରିଲିଜ ହୋଇଥିଲା ଏବଂ ସେହି ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା।

 

Share