Categories: ଖେଳ

ମାତ୍ର ୨ ବଲ୍‌ରେ ଟି-୨୦ ମ୍ୟାଚ୍‌ ଜିତିଲା ଏହି ଟିମ୍‌

ନୂଆଦିଲ୍ଲୀ,୨୭।୨: ଟି-୨୦ କ୍ରିକେଟ୍‌ରେ ଗୋଟିଏ ଦଳ ଦଳ ମାତ୍ର ୨ ବଲରେ ମ୍ୟାଚ ଜିତିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ବହୁତ କମ ଲୋକ ଏଥିରେ ବିଶ୍ୱାସ କରିବେ। କିନ୍ତୁ ଏହା ଘଟିଛି, ତାହା ପୁଣି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ମଧ୍ୟ। ଆଇଲ ଅଫ ସ୍ପେନ ବିପକ୍ଷରେ ସ୍ପେନ୍‌ ଏହା କରିଦେଖାଇଛି। ଆଇଲ ଅଫ ମ୍ୟାନ ପ୍ରଥମେ ଖେଳି କେବଳ ୧୦ ରନ ସ୍କୋର କରିପାରିଥିଲା। ଏହା ହେଉଛି ଟି-୨୦ର ସର୍ବନିମ୍ନ ସ୍କୋର। ଏହାର ଜବାବରେ, ସ୍ପେନ ମାତ୍ର ୨ ବଲରେ ମ୍ୟାଚ ଜିତି ନେଇଥିଲା।
ଏହି ମ୍ୟାଚ୍‌ରେ ସ୍ପେନ୍‌ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଆଇଲ ଅଫ ମ୍ୟାନ ଦଳ ୮.୪ ଓଭରରେ ୧୦ ରନ ସ୍କୋର କରି ଅଲଆଉଟ୍‌ ହୋଇଯାଇଥିଲା। ୭ ଜଣ ବ୍ୟାଟର୍‌ ଆକାଉଣ୍ଟ ଖୋଲି ପାରି ନ ଥିଲେ। ଆଇଲ ଅଫ ମ୍ୟାନ୍‌ ପାଇଁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜୋସେଫ ବରୋସ ସର୍ବାଧିକ ୪ ରନ ସ୍କୋର କରିଥିଲେ। ଏହାଛଡା ୩ ଜଣ ବ୍ୟାଟର ୨-୨ ରନ୍‌ ସ୍କୋର କରିଥିଲେ। ସ୍ପେନ୍‌ ପକ୍ଷରୁ ମହମ୍ମଦ କାମରାନ ୪ ଓଭରରେ ୪ ରନ୍‌ ଦେଇ ୪ଟି ଉଇକେଟ୍‌ ନେଇଥିଲେ।
ଏହାର ଜବାବରେ ସ୍ପେନ ୨ ବଲରେ ଟାର୍ଗେଟ ହାସଲ କରିଥିଲା। ଆଇଲ ଅଫ ମ୍ୟାନର ଜୋସେଫ ବରୋସଙ୍କ ପ୍ରଥମ ବଲ ନୋବଲ ଥିଲା। ପରବର୍ତ୍ତୀ ୨ ବଲରେ ଆବେଶ ଅହମ୍ମଦ ଛକା ମାରି ଦଳକୁ ଜିତାଇଥିଲେ।
ପୂର୍ବରୁ ଟି-୨୦ରେ ସର୍ବନିମ୍ନ ସ୍କୋର ସିଡନୀ ଥଣ୍ଡର ନାମରେ ଥିଲା। ଗତ ଡିସେମ୍ବର ୧୬ରେ ଗତ ବର୍ଷ ଆଡିଲେଡ ଷ୍ଟ୍ରାଇକର୍‌ ବିପକ୍ଷରେ କେବଳ ୧୫ ରନ୍‌ କରିପାରିଥିଲା।

Share