Categories: ଜାତୀୟ

‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’: ଭାଜପାର ଲୋକସଭା ନିର୍ବାଚନୀ ସ୍ଲୋଗାନ…

ନୂଆଦିଲ୍ଲୀ,୨।୧ : ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ ‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’ ବୋଲି ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ରାଜ୍ୟ, ଲୋକସଭା ଏବଂ ବିଧାନସଭା ସ୍ତରରେ ଭାଜପା ତଥା ସହ-ସଂଯୋଜକଙ୍କ ସମ୍ପର୍କରେ ମଧ୍ୟ ଭାଜପା ନିଷ୍ପତ୍ତି ନେଇଛି। ଏହି ବୈଠକରେ କୁହାଯାଇଛି ଖୁବ ଶୀଘ୍ର ଲୋକସଭା କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଆରମ୍ଭ ହେବ।

Share