Posted inଜାତୀୟ

ଏଣିକି ଡିଜିଟାଲ ଜନଗଣନା! ମୋବାଇଲରେ ଏପରି ଦେବେ ତଥ୍ୟ

ନୂଆଦିଲ୍ଲୀ,୩୦।୧୦: ଭାରତ ସରକାର ୨୦୨୫ରେ ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା ୨୦୧୧ରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ। କହିରଖୁଛୁ କି, ୨୦୧୧ରେ ହୋଇଥିବା ଜନଗଣନାରେ, ଜନଗଣନା ଅଧିକାରୀମାନେ ଲୋକଙ୍କ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ଏଥର ତାହା ଘଟିବ ନାହିଁ। ଏଥର ଏହି କାର୍ଯ୍ୟ ଡିଜିଟାଲ ଭାବରେ କରାଯିବ। ଡିଜିଟାଲ ଜନଗଣନା କିପରି କରାଯିବ ଏବଂ ଏଥିରେ ଲୋକମାନେ କିପରି ଗଣାଯିବେ ଆସନ୍ତୁ ଜାଣିବା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ ବ୍ୟବହାର କରୁଥିବା ଭାରତର ପ୍ରତ୍ୟେକ ନାଗରିକ ଅନଲାଇନ ମାଧ୍ୟମରେ ଏକ ଫର୍ମ ପାଇବେ। ଯେଉଁଥିରେ ସେମାନଙ୍କୁ ସଠିକ ତଥ୍ୟ ପୂରଣ କରିବାକୁ ପଡିବ। ଏହା ପରେ ଏହି ଫର୍ମ ଅନଲାନରେ ସବମିଟ୍‌ କରିବା ପରେ ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆ (ORGI) ଙ୍କ କାର୍ଯ୍ୟାଳୟକୁ ପଠାଯିବ। କୁହାଯାଉଛି ଯେ, ଏହାଦ୍ୱାରା ଶୀଘ୍ର ଜନଗଣନା ହେବା ସହ ସଠିକ୍‌ ତଥ୍ୟ ମଧ୍ୟ ମିଳି ପାରିବ।

ତେବେ ଦେଶରେ ଏପର୍ଯ୍ୟନ୍ତ ଅନେକ ଗାଁ ଅଛି ଯେଉଁଠାରେ ଇଣ୍ଟରନେଟ ଉପଲବ୍ଧ ନାହିଁ କିମ୍ବା ନେଟଓ୍ବର୍କ ଚାଲୁନାହିଁ। ଏହା ବ୍ୟତୀତ ଅନେକ ସ୍ଥାନରେ ଲୋକମାନେ ସ୍ମାର୍ଟଫୋନ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଲୋକମାନେ କିପରି ଏହି ଡିଜିଟାଲ ଜନଗଣନାରେ ଅଂଶଗ୍ରହଣ କରିବେ। ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି ସ୍ପଷ୍ଟ କରିନାହାଁନ୍ତି। କିନ୍ତୁ କୁହାଯାଉଛି ଯେ ଯେଉଁ ସ୍ଥାନରେ ଇଣ୍ଟରନେଟ ନାହିଁ କିମ୍ବା ଲୋକମାନେ ସ୍ମାର୍ଟଫୋନ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ, ସେଠାରେ ୨୦୧୧ ଭଳି ଜନଗଣନା ଅଧିକାରୀମାନେ ସେଠାକୁ ଯାଇ ତଥ୍ୟ ସଂଗ୍ରହ କରିବେ।

ସୂଚନାଯୋଗ୍ୟ, ଶେଷ ଜନଗଣନା ୨୦୧୧ରେ ଭାରତରେ କରାଯାଇଥିଲା। ଏହାପରେ ଜନଗଣନା ୨୦୨୧ରେ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ କାରଣରୁ ଏହା ହୋଇପାରିଲା ନାହିଁ । କିନ୍ତୁ, ବର୍ତ୍ତମାନ ଡିଜିଟାଲ ଜନଗଣନା ଘୋଷଣା କରାଯାଇଛି ଏବଂ ଖୁବ ଶୀଘ୍ର ଦେଶର ଆନୁମାନିକ ୧୩୬ କୋଟି ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯିବ। ଇଣ୍ଟରନେଟରେ ଉପଲବ୍ଧ ସୂଚନା ଅନୁଯାୟୀ, ସାମାଜିକ-ଅର୍ଥନୈତିକ ସ୍ଥିତିର ୩୫ ମାପ ପାରାମିଟର ଉପରେ ସରକାର ଏହି ତଥ୍ୟ ଯାଞ୍ଚ ଏବଂ ଅଡିଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri