ଗାନ୍ଧିନଗର,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ କମିଶନ ବି ନିର୍ବାଚନ ପ୍ରସ୍ତୁତିକୁ ନେଇ ଲାଗି ପଡିଛନ୍ତି । ଗୁଜରାଟ ବିଧାନସଭାର ଆଗାମୀ ନିର୍ବାଚନ ପାଇଁ ୪୦ ବର୍ଷରୁ କମ୍ ବୟସର ଅଧିକାଂଶ ଭୋଟର ରହିଥିବା ଜଣାପଡିଛି । ଏହି ସଂଖ୍ୟା ପ୍ରଥମଥର ଭୋଟ ଦେଉଥିବା ମତଦାତାଙ୍କ ଆଗ୍ରହକୁ କମାଇ ଦେଇଥିବା କୁହାଯାଉଛି । ହେଲେ ପ୍ରଥମଥର ଭୋଟ ଦେଉଥିବା ମତଦାତାଙ୍କ ସଂଖ୍ୟା ଏଥର କମ ଥିବା ଜଣାପଡିଛି ।
ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସଂଖ୍ୟା ଅନୁଯାୟୀ, ଏଥର ୪.୯ କୋଟି ମତଦାତାଙ୍କ ମଧ୍ୟରୁ ପ୍ରାୟ ୨.୩୫ କୋଟି ଭୋଟର ୪୦ ବର୍ଷରୁ କମ୍ ବୟସ । ମୋଟ ଭୋଟରଙ୍କ ସଂଖ୍ୟାରୁ ପ୍ରଥମଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ୧୧.୭୪ ଲକ୍ଷ, ଯାହା ୨୦୧୨ ଓ ୨୦୧୭ର ବିଧାନସଭା ନିର୍ବାଚନରେ ୧୮-୧୯ବର୍ଷ ବୟସର ଭୋଟରଙ୍କ ତୁଳନାରେ କମ ।