ଏଥର ଫଟୋଗ୍ରାଫି

କରୀନା କପୁର ଓରଫ ବେବୋଙ୍କ ମନ ଏବେ ଗୋଟିଏ ଜିନିଷ ଆଡକୁ ମନ ଢ଼ଳିଛି। ତାହା କ’ଣ ଜାଣନ୍ତି ? ଫଟୋଗ୍ରାଫି। ତେଣୁ ସେ ଯୁଆଡେ ଗଲେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲୁ ନାହାନ୍ତି। ଅବସର ମିଳିବା ମାତ୍ରେ ସେ ନିକଟସ୍ଥ ମନପସନ୍ଦର ସ୍ଥାନକୁ ଯାଇ ଫଟୋ ଉଠାଉଛନ୍ତି। କେବଳ ସେତିକି ନୁହେଁ, ଏହି ଫଟୋଗୁଡିକୁ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିଜର ଏଭଳି ଅଭ୍ୟାସ ବିଷୟରେ କରୀନା କହନ୍ତି, ‘ନେଚର ଇଜ୍‌ ଅଲଓ୍ବେଜ୍‌ ବିୟୁଟିଫୁଲ। ତେଣୁ ଏଭଳି ପ୍ରାକୃତିକ ଦୃଶ୍ୟରାଜିକୁ ମୋ କ୍ୟାମେରାରେ କଏଦ କରିବା ସହ ସେଗୁଡିକୁ ଆଲବମ୍‌ରେ ସାଇତି ରଖୁଛି। ଗତ କିଛି ବର୍ଷ ହେବ ମୁଁ ଫଟୋଗ୍ରାଫି ପ୍ରତି ମନ ବଳାଇଛି। କେବଳ ସେତିକି ନୁହେଁ, ଏହି ଫଟୋଗୁଡିକୁ ନେଇ ଏକ ଫଟୋ ପ୍ରଦର୍ଶନୀ କରିବାକୁ ଆଶା ରଖିଛି।’ ନିଜ ଆକ୍ଟିଂ କ୍ୟାରିୟରରେ ସେ ଗୋଟିଏ କଥାକୁ ନେଇ ଅବଶୋଷ ବ୍ୟକ୍ତ କରନ୍ତି। କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ତଥା ବିକାଶ ବହଲ୍‌ଙ୍କ ନିର୍ଦ୍ଦେଶିତ ‘କୁଇନ୍‌’ର ଲିଡ୍‌ ରୋଲ୍‌ରେ ଅଭିନୟ କରିବାକୁ ପ୍ରଥମେ କରୀନାଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ କେତେକ କାରଣରୁ ସେ ଏହି ଅଫରଟିକୁ ହାତଛଡା କରିବାକୁ କଙ୍ଗନାଙ୍କୁ ସାଇନ୍‌ କରାଯାଇଥିଲା। ପରବର୍ତ୍ତୀ ସମୟରେ ଫିଲ୍ମଟି ମଧ୍ୟ ହିଟ୍‌ ହୋଇଥିଲା। ତେଣୁ ଏଭଳି ଏକ ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଥିବାରୁ ବେଳେବେଳେ ଦୁଃଖ କରନ୍ତି ।

Share