ଏଥର ‘ସାବାସ୍‌ ମିଠୁ’

ଭୁବନେଶ୍ୱର,୧୫।୭(ବ୍ୟୁରୋ): ମହିଳା କ୍ରିକେଟର ମିଥାଲି ରାଜ୍‌ଙ୍କୁ ନେଇ ଏଥର ଫିଲ୍ମ ଫ୍ରାଇ ଡେ’ରେ ଆସୁଛି ହିନ୍ଦୀ ଫିଲ୍ମ ‘ସାବାସ୍‌ ମିଠୁ’। ଏହା ହେଉଛି ମିଥାଲିଙ୍କ ବାୟୋପିକ୍‌ । ମିଥାଲିଙ୍କ ସଂଘର୍ଷ ଓ ସଫଳତାକୁ ନେଇ ଦମ୍‌ଦାର ଅଭିନୟରେ ନଜର ଆସିବେ ଅଭିନେତ୍ରୀ ତାପସୀ ପନ୍ନୁ। କୋଚ୍‌ ଭାବେ ବିଜୟ ରାଜ ଅଭିନୟ କରଛନ୍ତି। ଫିଲ୍ମକୁ ଶ୍ରୀଜିତ୍‌ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି। ଭାୟାକମ୍‌ ୧୮ ପ୍ରଯୋଜିତ ଏହି ଫିଲ୍ମରେ ସଙ୍ଗୀତ ଦେଇଛନ୍ତି କୈଳାସ ଖେର। ସେହିପରି ଅନ୍ୟ ୩ଟି ହିନ୍ଦୀ ଫିଲ୍ମ ‘ହିଟ୍‌: ଦ ଫାର୍ଷ୍ଟ କେସ୍‌’, ‘ଲେଡ୍‌କି’ ଓ ‘ଜୁଦା ହୋକେ ଭି’ ରିଲିଜ୍‌ ହେଉଛି। ହିଟ୍‌: ଦ ଫାର୍ଷ୍ଟ କେସ୍‌ରେ ସସ୍‌ପେନ୍ସ ଓ ଥ୍ରିଲର ଭରପୂର ରହିଛି। ଫିଲ୍ମରେ ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଡଲିପ ତହିଲ, ମିଲିନ୍ଦ ଗୁନାଜି ପ୍ରମୁଖ ଅଭିନୟ କରିଛନ୍ତି। ୧୮ବର୍ଷର ଝିଅ ପ୍ରୀତିଙ୍କୁ ଜୟପୁରରେ ଅପହରଣ କରାଯାଇଛି। ଏହି ମାମଲାର ସମାଧାନ କରିବା ପାଇଁ ରାଜକୁମାରଙ୍କ ଚ୍ୟାଲେଞ୍ଜପୂର୍ଣ୍ଣ ପଦକ୍ଷେପକୁ ନେଇ କାହାଣୀଟି ଗତିଶୀଳ ହୋଇଛି। ଫିଲ୍ମଟି ୨ଘଣ୍ଟା ୧୬ ମିନିଟର ରହିଛି।

Share