ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର। ରାଜ୍ୟର ତାତି ଯେତେ ଉପରମୁହାଁ ହେଉଛି ରାଜ୍ୟ ରାଜନୀତି ସେତିକି ଜମୁଛି। ତେବେ ଏଥର ଧାମନଗରରେ ଲଢେଇ ଜମିବ ବୋଲି ଚା ଖଟିଠୁ ଆରମ୍ଭ କରି ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି।

କାରଣ ଏଥର ମୁହାଁମୁହିଁ ହେବେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେଡି ପ୍ରାର୍ଥୀ ସଂଜୟ ଦାସ । ସୂର୍ଯ୍ୟବଂଶୀ ସୂରଜ ଇଞ୍ଜିନିୟରିଂ ପେଷାରୁ ରାଜନୀତିକୁ ଆସିଥିବାବେଳେ ସଂଜୟ ଦାସ, ଡାକ୍ତରୀ ପେଷାରୁ ପିଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି । ନିଜ ନିଜ ପେଷାରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଏବେ ରାଜନୀତି ଜରିଆରେ ଜନସେବା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି । ଭାଜପା ପ୍ରାର୍ଥୀ, ସୂର୍ଯ୍ୟବଂଶୀ ସୂରଜ ମୋଦୀ ଗ୍ୟାରେଣ୍ଟିର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଉଥିବାବେଳେ ବିକଶିତ ଓ ନାରା ଦେଉଛନ୍ତି । ସେହିପରି ନବୀନଙ୍କ ସ୍ବଚ୍ଛ ଶାସନ ନାରା ଦେବା ସହ ବୁଲି ବୁଲି ରୋଗୀ ସେବା କରି ପ୍ରଚାର କରୁଛନ୍ତି ସଂଜୟ ଦାସ । ଡାକ୍ତର-ଇଞ୍ଜିନିୟରଙ୍କ ଏହି ଲଢେଇ ଭିତରେ କଂଗ୍ରେସ ମଧ୍ୟ ଜଣେ ପଢୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଗ୍ରାଜଏଟ ରଞ୍ଜନ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

 

Share