ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ ଭାବେ ବଜେଟ ମଧ୍ୟ ଡିଜିଟାଲ ମୋଡରେ ଉପସ୍ଥାପନ ହେବ। ଶୁକ୍ରବାର ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ବିଧାନସଭାର ସମସ୍ତ କାର୍ଯ୍ୟ ଜାତୀୟ ଇ-ବିଧାନ ଆପ୍ଲିକେଶନ (ଏନ୍‌ଇଭିଏ) ମୋବାଇଲ ଆପ୍‌ ଜରିଆରେ ହେବ। ବିଧାୟକମାନେ ଗୃହ କାର୍ଯ୍ୟବେଳେ ଅନଲାଇନରେ ପ୍ରଶ୍ନ ପଚାରିବେ। ମୋବାଇଲ ଫୋନରେ ଥିବା ଏନ୍‌ଇଭିଏ ଆପ୍‌ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଉତ୍ତର ପାଇପାରିବେ। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ସେଣ୍ଟର ବିଧାନସଭା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବ। ଏହାଦ୍ୱାରା ବିଧାନସଭା ସଦସ୍ୟମାନେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ। ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବାକୁ ବାଚସ୍ପତି ପୂର୍ବରୁ ସୂଚନା ଦେଇଥିଲେ। ଏଥିରେ ୬.୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ କେନ୍ଦ୍ର ସରକାର ୬୦% ଏବଂ ରାଜ୍ୟ ସରକାର ୪୦% ଖର୍ଚ୍ଚ ବହନ କରିବେ।

Share