Categories: ଜାତୀୟ

ଏଥର ସ୍ବାଧୀନତା ଦିବସ ଆୟୋଜନ ହେବ ସ୍ବତନ୍ତ୍ର

ନୂଆଦିଲ୍ଲୀ,୧୩।୮: ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଏଥର ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ଏଥଣ ଏହି ଉତ୍ସବରେ ୧୮୦୦ ସ୍ବତନ୍ତ୍ର ଅତିଥି ଅଂଶଗ୍ରହଣ କରିବେ। ସରକାରଙ୍କ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏହି ବିଶେଷ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି।
ଲାଲକିଲ୍ଲାରେ ଆୟୋଜିତ ହେବାକୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ ୧୮୦୦ଲୋକଙ୍କ ମଧ୍ୟରେ ୬୬୦ ‘ଭାଇବ୍ରାଣ୍ଟ ଭିଲେଜ୍‌’ର ୪୦୦ ସରପଞ୍ଚ ସାମିଲ ଅଛନ୍ତି। ଏହା ବ୍ୟତୀତ କୃଷକ ଉତ୍ପାଦନ ସଂଗଠନ ସହ ଜଡିତ ୨୫୦ ଲୋକ, ପ୍ରଧାନ ମନ୍ତ୍ର କିସାନ ସମ୍ମାନ ନିଧି ଯୋଜନାର ୫୦ଜଣ ହିତାଧିକାରୀ, ୫୦ ଜଣ ଶ୍ରମ ଯୋଗୀ, (ଯେଉଁମାନେ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଏବଂ ନୂତନ ସଂସଦ ଗୃହ ନିର୍ମାାଣରେ ଯୋଗଦାନ କରିଥିଲେ), ୫୦ ଖଦି କର୍ମଚାରୀ, ୫୦ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେବେ।

Share