ଛତ୍ରପୁର,୧୧।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ମଙ୍ଗଳବାର ଏକ ଅଲଟ୍ରାସାଉଣ୍ଡ ମେଶିିନ ଲାଗିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଡାକ୍ତର ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ଜିଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ସମିତି ସଦସ୍ୟା ରେଖା ମହାନ୍ତି ଓ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଦ୍ୱାରା ହୋଇପାରିବେ ବୋଲି ନିମନ୍ତ୍ରୀତ ଅତିଥି କହିଛନ୍ତି।