Advertisement

ଏଥର ଭଦ୍ରକରୁ ଚିହ୍ନଟ ପଜିଟିଭ୍‌ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୨୮।୭: ଭଦ୍ରକ ଜିଲାରେ ମଙ୍ଗଳବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୯ ଛୁଇଁଛି। ତେବେ ୨ ଚିହ୍ନଟ ସ୍ଥାନୀୟ ଅଞ୍ଚଳ ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରୁ ଜଣେ ଧାମନଗର ବ୍ଲକ ପଳିକିରି ଗାଁରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ତିହିଡ଼ି ବ୍ଲକ ସିନ୍ଦଳ ପଞ୍ଚାୟତ ଆରୁହା ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିଲାରେ ମୋଟ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୫ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel