ଏଥର ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର,୨୮ା୬(ଅନୁରାଧା ମହାରଣା): ଦୀର୍ଘ ୬ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଶା ଉଜ୍ଜୀବିତ ହୋଇଛି। ଛାତ୍ର ସଂସଦ ନିର୍ବାଚନକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ନିର୍ବାଚନ ସମ୍ଭାବନା ବଢ଼ିଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ପାଇଁ ବିଚାର ବିମର୍ଷ ଚାଲିଛି ସରକାର ଯାହା ନିଷ୍ପତି ନେବେ ତାହା ଛାତ୍ର ସମାଜ ପାଇଁ ସକାରାତ୍ମକ ହେବ। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ସରକାରୀ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ଏହାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସୂଚନା ଥାଉକି, ୨୦୧୭ ମସିହାରେ ଶେଷଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୮ ମସିହାରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ନିର୍ବାଚନର ମାତ୍ର ୨ଦିନ ପୂର୍ବରୁ ତିତିଲି ବାତ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ ବାତିଲ କରାଯାଇଥିଲା। ସେହିପରି ୨୦୧୯ରେ କୋଭିଡ ମହାମାରୀ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା। ବିଭିନ୍ନ କ୍ୟାମ୍ପସରେ ହିଂସାକାଣ୍ଡ ହୋଇ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଥିବା ଦର୍ଶାଇ ଛାତ୍ର ସଂସଦ ବନ୍ଦ ରହିଛି। ତେବେ ଯଦି ଚଳିବର୍ଷ ଛାତ୍ର ସଂସଦ ନିର୍ବାଚନ ଖବରକୁ ସମସ୍ତ ଛାତ୍ର ସଂଗଠନ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …

ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର...

ବାର୍‌ ମାଲିକଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭ା୭: ବାର୍‌ ମାଲିକ ସତ୍ୟ ମହାନ୍ତିଙ୍କୁ ରବିବାର ଲକ୍ଷ୍ମୀସାଗର ପୋଲିସ ଗିରଫ କରିଛି। ‘ରେନ୍‌ ଦ କ୍ଲବ୍‌’ର ମାଲିକ ସତ୍ୟଙ୍କ ନାମରେ ଜଣେ ମହିଳା ସରକାରୀ...

ପହଣ୍ଡିରେ ଝୁଲିଝୁଲି ଆସୁଛନ୍ତି ମହାବାହୁ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ...

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼...

ଦେବଦଳନ ରଥରେ ବିଜେ କଲେ ସୁଦର୍ଶନ

ଭୁବନେଶ୍ୱର,୭।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇଥାନ୍ତି। ବର୍ତ୍ତମାନ...

ପୁରୀରେ ରାଷ୍ଟ୍ରପତି

ଭୁବନେଶ୍ୱର,୭।୭: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରୀ ଅଭିମୁଖେ ଯାଇଛନ୍ତି । ସେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିଛନ୍ତି। ପରେ...

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର

ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri