ଏଥର ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର,୯।୧୧(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ସହ ମହୋତ୍ସବ ଫିକା ପଡ଼ିଛି। ଏହାର ପ୍ରଭାବ ଭୁବନେଶ୍ୱରର ବାଲିଯାତ୍ରା ଉପରେ ମଧ୍ୟ ପଡ଼ିଛି। ଚଳିତ ବର୍ଷ ଭୁବନେଶ୍ୱରରେ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି। କରୋନା ଲାଗି ବାଲିଯାତ୍ରା ମହୋତ୍ସବକୁ ବାତିଲ୍‌ କରାଯାଇଛି। ତେବେ ପୋଲିସ କମିଶନନରଙ୍କ ସହ ଆଲୋଚନା ପରେ ବାଲିଯାତ୍ରା କମିଟି ଏହି ସୂଚନା ଦେଇଛି।

Share